ଜବତ ଗାଡ଼ି ଖତ ହେଉଛି; ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

ଜବତ ଗାଡ଼ି ଖତ ହେଉଛି; ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ଅପରାଧିକ ମାମଲାରେ ଜବତ ହେଉଥିବା ଯାନବାହାନ ଦୀର୍ଘଦିନ ଧରି ଖରା,ବର୍ଷାରେ ପଡ଼ି ନଷ୍ଟ ହେଉଛି । ଥରେ ପୁଲିସ୍‌ କବଜାକୁ ଗଲେ ସୁରକ୍ଷିତ ଭାବେ ଗାଡ଼ି ମାଲିକ ଗାଡ଼ି ଫେରିପାଇବା ଆଶା ହରାଇ ଦେଉଛନ୍ତି । ଫଳରେ ଲକ୍ଷାଧିକ ମୂଲ୍ୟର ଗାଡ଼ି ଖତ ଖାଉଛି।

ଏହି ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ଗାଡ଼ିଗୁଡ଼ିକ ସୁରକ୍ଷା ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଦୀର୍ଘଦିନ ଧରି ଖରା,ବର୍ଷାରେ ଗାଡ଼ି ଗୁଡ଼ିକୁ ନ ପକାଇ ଆବଶ୍ୟକ ପଦକ୍ଷେପ ପରେ ତାହାକୁ ଗାଡ଼ି ମାଲିକଙ୍କ ଜିମା ଦେବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି କୋର୍ଟ ।

ଅବକାରୀ ବିଭାଗ ଦ୍ୱାରା ଜବତ ଏକ ଗାଡ଼ିର ଜିମା ପାଇବା ପ୍ରସଙ୍ଗକୁ ନେଇ ମାଲିକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଏପରି ରାୟ ପ୍ରଦାନ କରିଛନ୍ତି । ଜବତ ଗାଡ଼ିକୁ ତା’ର ମାଲିକଙ୍କୁ ଦେବା ପାଇଁ ଅନୁମତି ଦେବା ସହିତ ତଦନ୍ତ ସମୟରେ ଅଥବା ଅଦାଲତରେ ଆବଶ୍ୟକ ସ୍ଥଳେ ମାଲିକ ଗାଡ଼ି ହାଜର କରାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

The post ଜବତ ଗାଡ଼ି ଖତ ହେଉଛି; ଅସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ appeared first on Odisha Reporter.



from Odisha Reporter https://ift.tt/2PBcYEI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages