ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଗତ ବର୍ଷକର କଲ୍ ଡିଟେଲ୍ସ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ସେ ତାଙ୍କ ପରିବାର ଲୋକଙ୍କ ସହିତ ନିୟମିତ ଯୋଗାଯୋଗରେ ରହିଥିଲେ। ସେହିଭଳି ମହେଶ ଭଟ୍ଟଙ୍କ ଭଳି କିଛି ବଲିଉଡ୍ ସେଲେବ୍ରିଟିଙ୍କ ସହିତ ବି ସେ ଯୋଗାଯୋଗରେ ରହିଥିଲେ।
ରିୟା ଚକ୍ରବର୍ତ୍ତୀ ଗତ ବର୍ଷକ ମଧ୍ୟରେ ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କ ସହିତ ୧,୧୯୨ ଥର ଫୋନ୍ରେ କଥା ହୋଇଥିବା ବେଳେ ତାଙ୍କ ଭାଇଙ୍କ ସହିତ ୧,୦୬୯ ଥର କଥା ହୋଇଥିଲେ। ରିୟା ଏହି ସମୟ ମଧ୍ୟରେ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ମାତ୍ର ୧୪୫ ଥର ଫୋନ୍ରେ କଥା ହୋଇଥିଲେ। କିନ୍ତୁ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ ମିରଣ୍ଡାଙ୍କ ସହିତ ୨୮୭ ଥର କଥା ହୋଇଥିଲେ।
ବଲିଉଡ୍ ସେଲେବ୍ରିଟିଙ୍କ ମଧ୍ୟରୁ ରିୟା ଚକ୍ରବର୍ତ୍ତୀ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସହିତ ୧୬ ଥର ଫୋନ୍ରେ କଥାବାର୍ତ୍ତା ହୋଇଥିଲେ। ଏହି ୧୬ଥର ମଧ୍ୟ ୭ଟି କଲ୍ ଇନ୍କମିଂ ଥିଲା। ସେହିଭଳି ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହିତ ୨୩ ଥର ସେ ଫୋନ୍ରେ କଥା ହୋଇଥିଲେ।
ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ବିଜ୍ନେସ୍ ମ୍ୟାନେଜର ଶ୍ରୁତି ମୋଦିଙ୍କ ସହିତ ୭୯୧ ଥର ଫୋନ୍ରେ କଥା ହୋଇଥିଲେ। ସେହିଭଳି ସୁଶାନ୍ତଙ୍କ ବନ୍ଦୁ ସିଦ୍ଧାର୍ଥ ପଠାନିଙ୍କ ସହିତ ୧୦୦ ଥର ଓ ଦୀପେଶ ସାୱନ୍ତଙ୍କ ସହିତ ୪୧ ଥର କଥା ହୋଇଥିଲେ।
ଗତ ବର୍ଷକ ମଧ୍ୟରେ ରିୟା ଚକ୍ରବର୍ତ୍ତୀ ଏକ ରିଏଲଟି କଂପାନୀ ସହିତ ୨୩ ଥର ଫୋନ୍ରେ କଥା ହୋଇଥିଲେ। ଏହା ବ୍ୟତୀତ ଚଳିତ ବର୍ଷ ଜୁନ୍ରୁ ଜୁଲାଇ ମଧ୍ୟରେ ସେ ମୁମ୍ବାଇର ଡେପୁଟି ପୁଲିସ୍ କମିଶନର ଅଭିଷେକ ତ୍ରିମୁଖେଙ୍କୁ ୪ ଥର କଲ୍ କରିବା ସହିତ ଥରେ ମେସେଜ୍ ପଠାଇଥିଲେ। ଶ୍ରୀ ତ୍ରିମୁଖେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛନ୍ତି। ଅବଶ୍ୟ ଏହି ୪ଟି କଲ୍ରୁ ଗୋଟିଏରେ ତାଙ୍କୁ ଥାନାରେ ଆସି ବୟାନ ରେକର୍ଡ କରିବାକୁ କୁହାଯାଇଥିଲା। ଆଉ ଗୋଟିଏରେ ତାଙ୍କୁ ସୋଶାଲ୍ ମିଡିଆରେ ଧମକ ମିଳୁଥିବା ନେଇ ରିୟା ଅଭିଯୋଗ କରିଥିଲେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ୮ ଘଣ୍ଟା ଧରି ପଚରାଉଚରା କରିଥିଲେ। ଏହି ସମୟରେ ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ।
The post ରିୟାଙ୍କ କଲ୍ ଡିଟେଲ୍ସରୁ ଆସିଲା ଏମିତି ତଥ୍ୟ appeared first on Odisha Reporter.
from Odisha Reporter https://ift.tt/3fDTz0t
No comments:
Post a Comment