ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି। ଡାକ୍ତରଖାନାର ଜଣେ ଡାକ୍ତର ଓ ତାଙ୍କ ଡ୍ରାଇଭର କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।
ମୁଖ୍ୟ ଚିକିତ୍ସାଳୟର OPD ଆଜି ଓ କାଲି ବନ୍ଦ ହେବା ନେଇ CDMO ସୂଚନା ଦେଇଛନ୍ତି। OPD ବନ୍ଦ ରହିଲେ ବି ଜରୁରିକାଳୀନ ସେବା ଚାଲୁ ରହିବ ବୋଲି ମେଡିକାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୪ ପହଞ୍ଚିଛି। ସେଥିମଧ୍ୟରୁ ୬୦୩ ସୁସ୍ଥ ହୋଇ ସାରିଲେଣି। ୨୪୩ ଜଣ ବିଭିନ୍ନ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। କରୋନା ଯୋଗୁ ଜିଲ୍ଲାରେ ୪ ଜଣ ଆଖି ବୁଜି ସାରିଲେଣି।
The post ଡାକ୍ତର ଓ ଡ୍ରାଇଭରଙ୍କୁ କରୋନା ପରେ ମେଡିକାଲ ଓପିଡି ବନ୍ଦ appeared first on Odisha Reporter.
from Odisha Reporter https://ift.tt/3a405fO
No comments:
Post a Comment