ଗୁଣପୁର(ଇନ୍ଦ୍ରଜିତ୍ ପଣ୍ଡା): ପ୍ରାୟ ୭ ମାସ ତଳେ ଗାଁ ପୋଖରୀକୁ ଯାଇଥିବା ବେଳେ ୬ ଜଣଙ୍କ ଲୋଲୁପ ଦୃଷ୍ଟିର ଶିକାର ହେଲେ ନାବାଳିକା। ଏତିକିରେ ସରିଲାନି ଦୁର୍ଦ୍ଦଶା। ସେବେଠୁ ଅଭିଯୁକ୍ତମାନେ ବିଭିନ୍ନ ସମୟରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଆସୁଥିଲେ। ଘରେ ନ କହିବାକୁ ଧମକ ଦେଇଥିବାରୁ ନାବାଳିକାଜଣକ ଭୟଭୀତ ହୋଇ ଘରେ କିଛି କହି ପାରୁ ନ ଥିଲେ। ଇତି ମଧ୍ୟରେ ନାବାଳିକାଜଣକ ୭ ମାସର ଗର୍ଭବତୀ ହେବା ପରେ କଥା ସାମନାକୁ ଆସିଛି। ଜଣେ ୧୪ ବର୍ଷୀୟା ନାବାଳିକା ଉପରେ ଏପରି ଅକଥନୀୟ ନିର୍ଯାତନାର ଛାତି ଥରା ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଥିବା ଜଣାଯାଇଛି।
ନାବାଳିକାଜଣକ ଗର୍ଭବତୀ ଥିବା ଜାଣିବା ପରେ ଗତ ଶନିବାର ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ୬ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରି କୋର୍ଟଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ୫ ଜଣ ଗୁଣପୁର ନିକଟ ପଣସପୁଟ ଗାଁର ହୋଇଥିବା ବେଳେ ଅନ୍ୟ ଜଣେ ବନ୍ଧୁଗୁଡ଼ା ଗାଁର ବୋଲି ଜଣାପଡ଼ିଛି।
ଅପରକ୍ଷେ ନାବାଳିକାଜଣକ ୭ ମାସର ଗର୍ଭବତୀ ହୋଇଥିବା ବେଳେ ପୁଲିସ୍ ଡାକ୍ତରୀ ମାଇନା ପରେ ତାଙ୍କୁ ନେଇ ସ୍ୱଧାର ଗୃହରେ ରଖିଛି।
The post ଦୁଷ୍କର୍ମର ଶିକାର ନାବାଳିକା ୭ ମାସର ଗର୍ଭବତୀ; ଗିରଫ ହେଲେ ୬ appeared first on Odisha Reporter.
from Odisha Reporter https://ift.tt/3luwdhU
No comments:
Post a Comment