‘ହୋମ୍‌ କ୍ୱାରେଣ୍ଟାଇନ୍ ଷ୍ଟାମ୍ପ ବାଜିବା ପରେ ଆରମ୍ଭ ହେଲା ଅସହ୍ୟ ଯନ୍ତ୍ରଣା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

‘ହୋମ୍‌ କ୍ୱାରେଣ୍ଟାଇନ୍ ଷ୍ଟାମ୍ପ ବାଜିବା ପରେ ଆରମ୍ଭ ହେଲା ଅସହ୍ୟ ଯନ୍ତ୍ରଣା’

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): କରୋନା ପରି ମହାମାରୀ ମୁକାବିଲା ନିମନ୍ତେ ନିଜ ପରିଚାଳନା ବ୍ୟବସ୍ଥାକୁ ରାଜ୍ୟ ସରକାର ବାହାବା ଦେଉଥିବା ବେଳେ ସାଧାରଣ ଲୋକ କିନ୍ତୁ ଭିନ୍ନ ମତ ଦେଉଛନ୍ତି। ପରିଚାଳନାଗତ ତ୍ରୁଟି ନେଇ ପୂର୍ବରୁ ବହୁ ସ୍ଥାନରେ ଲୋକେ ଗର୍ଜୁଥିବା ବେଳେ ଏଥର ଅଙ୍ଗୁଳି ଉଠାଇଛନ୍ତି ଜଣେ ଆଇନଜୀବୀ।

ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହୁଥିବା ପ୍ରବାସୀଙ୍କ ଶରୀରରେ ଲଗାଯାଉଥିବା ଷ୍ଟାମ୍ପରୁ ହେଉଛି ଘା’। ଆଇନଜୀବୀଜଣକ ସରକାରଙ୍କ ବିରୋଧରେ ଆଣିଛନ୍ତି ଏପରି ସାଂଘାତିକ ଅଭିଯୋଗ।  ସରକାର ବହୁତ ବଡ଼ ବଡ଼ ଯୋଜନା କରୁଥିବା ବେଳେ ଲୋକଙ୍କ ଉପରେ ଏହାର ପ୍ରଭାବ କ’ଣ ରହୁଛି ତାକୁ ମଧ୍ୟ ପରଖି ନେବାକୁ ପରାମର୍ଶ ଦେଇଛନ୍ତି।

ନିଜ ତିକ୍ତ ଅନୁଭୂତି ବଖାଣି ଢେଙ୍କାନାଳ ଜିଲ୍ଲାର ଆଡଭୋକେଟ୍ ଜୟନ୍ତୀ ମହାପାତ୍ର ସୋଶାଲ ମିଡିଆରେ ଛାଡ଼ିଥିବା ଭିଡିଓ ଅନୁଯାୟୀ , ସେ ଅଗଷ୍ଟ ୫ ତାରିଖରେ ବିମାନ ଯୋଗେ ଓଡିଶା ଫେରିଥିଲେ। ଭୁବନେଶ୍ଵର ବିମାନ ବନ୍ଦରଠାରେ ହୋମ କ୍ୱାରେଣ୍ଟାଇନ୍‌ ନିମନ୍ତେ ତାଙ୍କ ହାତରେ ଷ୍ଟାମ୍ପ ଲଗାଯାଇଥିଲା। ହେଲେ ରାସ୍ତାରେ ହିଁ ଷ୍ଟାମ୍ପରେ ବ୍ୟବହୃତ କାଳି ରିଆକ୍ସନ କରିବା ଆରମ୍ଭ କଲା। ତାହା କୁଣ୍ଡାଇ ହେବା ସହ ଜଳିବା ଆରମ୍ଭ ହେଲା। ତା’ ପରଦିନ ସକାଳକୁ ତାହା ଭୟଙ୍କର ଭାବେ ଫୁଲିବା ସହ ପାଣି ଜମା ହୋଇଗଲା। ଏସମ୍ପର୍କରେ ସେ ଫୋନ୍‌ ଯୋଗେ ଡାକ୍ତରଙ୍କୁ ଯୋଗାଯୋଗ କରିବାରୁ ସେ ଆଣ୍ଟିବାଟିକ ଖାଇବା ସହ କ୍ରିମ୍‌ ଲଗାଇବାକୁ କହିଲେ।

ଜୟନ୍ତୀ ଜଣେ ମଧୁମେହ ରୋଗୀ ହୋଇଥିବାରୁ ସେ ଖୁବ୍‌ ଭୟଭୀତ ହୋଇପଡ଼ିଛନ୍ତି। ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ୨ ଦିନ ପରେ ମଧ୍ୟ ଉକ୍ତ ଘା’ ଭଲ ହୋଇ ନ ଥିବା ସେ କହିଛନ୍ତି।

ନିଜେ ଭୋଗୁଥିବା ଅସହ୍ୟ ଯନ୍ତ୍ରଣା ଯେପରି ଅନ୍ୟ କେହି ନ ଭୋଗନ୍ତି ସେଥି ନିମନ୍ତେ ସେମାନଙ୍କୁ ସତର୍କ କରାଇ ଦେଇଛନ୍ତି ଜୟନ୍ତୀ। ସେ କହିଛନ୍ତି, ଯେଉଁମାନେ ଫ୍ଲାଇଟରୁ ଓହ୍ଲାଉଛନ୍ତି ଏପରି ଷ୍ଟାମ୍ପ ହାତରେ ଲଗାଇବା ପୂର୍ବରୁ ଭଲ ଭାବେ ପରଖି ନିଅନ୍ତୁ। ସରକାର ବହୁତ ବଡ଼ ବଡ଼ ଯୋଜନା ଘୋଷଣା କରୁଥିଲେ ମଧ୍ୟ ଲୋକଙ୍କ ଶରୀରରେ ଏପରି ଜିନିଷ ବ୍ୟବହାର କରିବା ପୂର୍ବରୁ ଭଲ ପାଖରେ ପରଖି, ନିରେଖି ତା ପରେ ଲଗାନ୍ତୁ। କାରଣ ସମସ୍ତଙ୍କ ଜୀବନ ସମସ୍ତଙ୍କ ପାଇଁ ମୂଲ୍ୟବାନ।

ଏନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।

ଢେଙ୍କାନାଳ: ପ୍ରବାସୀ ମାନଙ୍କ ଦେହରେ ଲଗାଯାଉଥିବା ଷ୍ଟାମ୍ପରୁ ସୃଷ୍ଟି ହୋଇଛି ଘା। ଏହି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ଜିଲ୍ଲାର ଆଡଭୋକେଟ୍…

Odisha Reporter यांनी वर पोस्ट केले शुक्रवार, ७ ऑगस्ट, २०२०

 

The post ‘ହୋମ୍‌ କ୍ୱାରେଣ୍ଟାଇନ୍ ଷ୍ଟାମ୍ପ ବାଜିବା ପରେ ଆରମ୍ଭ ହେଲା ଅସହ୍ୟ ଯନ୍ତ୍ରଣା’ appeared first on Odisha Reporter.



from Odisha Reporter https://ift.tt/2F3owi2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages