ପଚରାଉଚରା ବେଳେ ଇଡି ଆଗରେ କ’ଣ କହିଲେ ରିୟା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

ପଚରାଉଚରା ବେଳେ ଇଡି ଆଗରେ କ’ଣ କହିଲେ ରିୟା?

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିଥିଲା। ଇଡିର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ପ୍ରାୟ ୮ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରାଯାଇଥିବା ବେଳେ ରିୟା ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ରିୟା କହିଥିଲେ ଯେ ସେ ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ଆଦୌ ଟଙ୍କା ଟ୍ରାନ୍ସଫର କରି ନାହାନ୍ତି। ସେ ନିଜ ଆୟରେ ନିଜ ଖର୍ଚ୍ଚ ତୁଲାନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡ଼ପ କରାଯାଇଥିବା ନେଇ ତାଙ୍କ ବାପା ବିହାର ରାଜଧାନୀ ପାଟନାର ଏକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ସହିତ ଅନ୍ୟାନ୍ୟ ଅଭିଯୋଗ କରି ସେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ନାଁରେ ଏତଲା ଦେଇଥିଲେ।

ଗତକାଲି ଇଡି ରିୟା ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ କଂପାନୀ ବିଷୟରେ ମଧ୍ୟ ପଚରାଉଚରା କରିଥିଲେ, ଯେଉଁଥିରେ ସେ ପାର୍ଟନର ରହିଛନ୍ତି। ଏଥିରେ ସେ କହିଥିଲେ ଯେ ଏକ ଲକ୍ଷ ଟଙ୍କା ପେଡ୍-ଅପ୍ କ୍ୟାପିଟାଲ୍ ଥିଲା। ଆଉ ଏହାକୁ ସେମାନେ ତିନି ଜଣ (ସୁଶାନ୍ତ ସିଂହ ରାଜପୁତ, ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୌବିକ ଚକ୍ରବର୍ତ୍ତୀ) ମିଶି ଦେଇଥିଲେ। ଏହାବଦ୍ ସେ ଅନ୍ୟ କିଛି ଅର୍ଥ ଏଥିରେ ନିବେଶ କରି ନାହାନ୍ତି।

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଖର (ପୂର୍ବ)ରେ ଥିବା ଏକ ଘରକୁ ନେଇ ମଧ୍ୟ ଇଡି ପଚରାଉଚରା କରିଥିଲା। ଏହାର ଜବାବରେ ରିୟା କହିଥିଲେ ଯେ ଏହି ଘର ପାଇଁ ସେ ୬୦ ଲକ୍ଷ ଟଙ୍କାର ହାଉସିଂ ଲୋନ୍ ନେଇଥିଲେ। ବାକି ପ୍ରାୟ ୨୫ ଲକ୍ଷ ଟଙ୍କା ସେ ନିଜ ଆୟରୁ ଦେଇଥିଲେ। ଇଡି ତାଙ୍କର ଆଉ ଏକ ପ୍ରୋପର୍ଟି ବିଷୟରେ ମଧ୍ୟ ଖୋଳତାଡ଼ କରୁଛି।

ଇଡି ରିୟା ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଓ ଭାଇ ଶୌବିକଙ୍କୁ ପଚରାଉଚରା କରିବା ପାଇଁ ସମନ୍ ପଠାଇଛି। ଶୌବିକଙ୍କୁ ଗତକାଲି ମଧ୍ୟ ପଚରାଉଚରା କରାଯାଇଥିଲା। ତେବେ ଅଗଷ୍ଟ ୧୦ ତାରିଖରେ ଉଭୟଙ୍କୁ ହାଜର ହେବା ପାଇଁ କୁହାଯାଇଛି। ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ମଧ୍ୟ ସମନ୍ କରିଛି ଇଡି। ରିୟାଙ୍କୁ ଇଡି ପୁଣି ଡାକିପାରେ ବୋଲି ଜଣାପଡ଼ିଛି।

ଗତକାଲି ସୁଶାନ୍ତ ସିଂହ ରାଜପୁତଙ୍କ ବିଜ୍‌ନେସ୍ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ମଧ୍ୟ ଇଡି ପଚରାଉଚରା କରିଥିଲା।

ସୂଚନାଯୋଗ୍ୟ, ବିହାର ସରକାରଙ୍କ ସୁପାରିସ୍ କ୍ରମେ କେନ୍ଦ୍ର ସରକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ସିବିଆଇକୁ ଅନୁମତି ପ୍ରଦାନ କରି ସାରିଛନ୍ତି। ସିବିଆଇ ମଧ୍ୟ ଏନେଇ ମାମଲା ରୁଜୁ କରିସାରିଛି। ତେବେ ଏଯାଏ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ସୁପାରିସ୍ କରି ନାହାନ୍ତି। ଏଣୁ ସିବିଆଇ ତାର ତଦନ୍ତ ଆରମ୍ଭ କରିପାରିନାହିଁ।

The post ପଚରାଉଚରା ବେଳେ ଇଡି ଆଗରେ କ’ଣ କହିଲେ ରିୟା? appeared first on Odisha Reporter.



from Odisha Reporter https://ift.tt/3iefih4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages