ସ୍ୱାଧୀନତା ଦିବସ ପାଇଁ ଆଉ ଏକ ଜିଲ୍ଲାରେ ଶଟ୍‌ଡାଉନ୍ କଟକଣା‌ କୋହଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

ସ୍ୱାଧୀନତା ଦିବସ ପାଇଁ ଆଉ ଏକ ଜିଲ୍ଲାରେ ଶଟ୍‌ଡାଉନ୍ କଟକଣା‌ କୋହଳ

ଭଦ୍ରକ (ପାର୍ଥ ସାରର୍ଥୀ ନାୟକ): ସ୍ୱାଧୀନତା ଦିବସ ପାଇଁ ଭଦ୍ରକ ଜିଲ୍ଲାରେ ସପ୍ତାହାନ୍ତ ଶଟ୍‌ଡାଉନକୁ କିଛି ଘଣ୍ଟା ପାଇଁ କୋହଳ କରାଯାଇଛି। ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍ କଟକଣା‌କୁ କୋହଳ କରାଯାଇଛି।

ଭଦ୍ରକ ଜିଲ୍ଲାରେ ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଅଗଷ୍ଟ ୧୫ ଶନିବାର ପଡ଼ୁଥିବାରୁ ଦିନ ୧୧ଟା ପର୍ଯ୍ୟନ୍ତ ଶଟ୍‌ଡାଉନ୍ କଟକଣାକୁ କୋହଳ କରାଯାଇଛି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରହିଛି। ଏହି ସମୟରେ କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲା ସହିତ ରାଉରକେଲା ମହାନଗର ନିଗମରେ ଅଗଷ୍ଟ ୧୫ ତାରିଖ ଦିନ ସପ୍ତାହାନ୍ତ ଶଟ୍‌ଡାଉନ୍‌ କୋହଳ କରିବା ପାଇଁ ସ୍ୱତନ୍ତ୍ର ରିଲଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା।

The post ସ୍ୱାଧୀନତା ଦିବସ ପାଇଁ ଆଉ ଏକ ଜିଲ୍ଲାରେ ଶଟ୍‌ଡାଉନ୍ କଟକଣା‌ କୋହଳ appeared first on Odisha Reporter.



from Odisha Reporter https://ift.tt/2Fhe1aR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages