ସ୍ୱାମୀ ଶୋଇପଡ଼ିବା ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

ସ୍ୱାମୀ ଶୋଇପଡ଼ିବା ପରେ…

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ସ୍ୱାମୀକୁ ହାଣି ମାରି ଦେଲା ସ୍ତ୍ରୀ। ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସଦେଇପୁର ଗାଁରେ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଶାନ୍ତ ସାମଲ। ତାଙ୍କ ସ୍ତ୍ରୀ କବିତା ସାମଲଙ୍କୁ ପୁଲିସ୍ ଥାନାରେ ଅଟକ ରଖିଛି।

ପୁଲିସର ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ କବିତା ସ୍ୱାମୀଙ୍କ ଉପରେ ବହୁତ ରାଗି ଯାଇ ଥିଲେ। ତେଣୁ ସୁଶାନ୍ତ ଶୋଇବା ପରେ କବିତା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।

ଆଜି ସକାଳେ କବିତା ଘଟଣା ସମ୍ପର୍କରେ ତାଙ୍କର କିଛି ସମ୍ପର୍କୀୟଙ୍କୁ କହିଥିଲେ। ଏନେଇ ସମ୍ପର୍କୀୟ ମାନେ ବାଲିକୁଦା ଥାନାରେ ଜଣାଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ କବିତାକୁ ଥାନାକୁ ନେଇ ଅଟକ ରଖିଛି।

ସୁଶାନ୍ତ ଓ କବିତାଙ୍କର ଦୁଇଟି ପିଲା ଅଛନ୍ତି। ସୁଶାନ୍ତ ମଦ ପିଇ ବହୁ ସମୟରେ କବିତାଙ୍କ ସହିତ ଝଗଡ଼ା କରୁଥିଲେ ବୋଲି ବାଲିକୁଦା ଥାନା ଅଧିକାରୀ ସର୍ବେଶ୍ୱର ବେହେରା ସୂଚନା ଦେଇଛନ୍ତି।

The post ସ୍ୱାମୀ ଶୋଇପଡ଼ିବା ପରେ… appeared first on Odisha Reporter.



from Odisha Reporter https://ift.tt/33QZRrn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages