ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକା ସାହସପୁର ଗ୍ରାମର ୨୭ ବର୍ଷୀୟ ସ୍ଥଳ ସେନା କର୍ମଚାରୀ ରଞ୍ଜନ ନାହାକଙ୍କୁ ହତ୍ୟା କରାଯାଇଛି। ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବୁଧବାର ରାତିରେ ରଞ୍ଜନ ନିଜ ସାଙ୍ଗମାନଙ୍କ ସହ ବାଡ଼ୁଳା ଛକରେ ଥିଲା ବେଳେ ଏହି ଆକ୍ରମଣ ହୋଇଥିଲା l ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଆସିକା ହସ୍ପିଟାଲକୁ ଅଣା ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଆକ୍ରମଣରେ ରଞ୍ଜନଙ୍କ ୨ ସାଙ୍ଗ ଗୁରୁତର ହୋଇଥିବା ବେଳେ ସେମାନେ ଆସିକା ହସ୍ପିଟାଲରେ ଚି଼କିତ୍ସିତ ହେଉଛନ୍ତି।
ଘଟଣାସ୍ଥଳଟି ଗାଙ୍ଗପୁର ଥାନା ଇଲାକା ହୋଇଥିବାରୁ ପୁଲିସ୍ ତଦନ୍ତ କରି ୫ରୁ ଉର୍ଦ୍ଧ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଆହତ ବ୍ୟକ୍ତିଙ୍କ ସଜ୍ଞା ଫେରିଲେ ସେମାନେ ଏହା ପଛର କାରଣ କହି ପାରିବେ ବୋଲି ଆଲୋଚନା ହେଉଛି।
The post ସ୍ଥଳ ସେନା କର୍ମଚାରୀଙ୍କୁ ହାଣି ଦେଲେ appeared first on Odisha Reporter.
from Odisha Reporter https://ift.tt/3l18e9T
No comments:
Post a Comment