ଶ୍ରୀନଗର: ଜମ୍ମୁକଶ୍ମୀରରେ ଆତଙ୍କବାଦୀମାନେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ଦକ୍ଷିଣ କଶ୍ମୀରର କୁଳଗ୍ରାମରେ ବିଜେପି ନେତା ତଥା ସରପଞ୍ଚ ସଜ୍ଜାଦ ଅହମଦଙ୍କୁ ହତ୍ୟା କରାଯାଇଛି। ଗୁରୁବାର ସକାଳ ସଜ୍ଜାଦଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।
ସଜ୍ଜାଦ କୁଳଗ୍ରାମ ଜିଲ୍ଲାର ବିଜେପି ଉପାଧ୍ୟକ୍ଷ ଥିଲେ। ଆଜି ସକାଳେ ତାଙ୍କୁ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ରହିଛି। ତେବେ କେଉଁ ଆତଙ୍କବାଦୀ ସଂଗଠନ ବିଜେପି ନେତାଙ୍କ ହତ୍ୟା ପଛରେ ଉତ୍ତରଦାୟୀ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଜମ୍ମୁକଶ୍ମୀର ପୁଲିସ ମଧ୍ୟ ଏନେଇ ମୁହଁ ଖୋଲିନି। କିନ୍ତୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଜମ୍ମୁ କଶ୍ମୀରରେ ବିଜେପି ନେତାଙ୍କୁ ଆକ୍ରମଣ କରାଯିବା ନେଇ ଏହା ହେଉଛି ୪ର୍ଥ ଘଟଣା।
ଏହା ପୂର୍ବରୁ ଜୁଲାଇ ୮ରେ ବାନ୍ଦୀପୋରାରେ ଆତଙ୍କବାଦୀମାନେ ବିଜେପି ନେତା ଶେଖ ଓ୍ୱସୀମ, ତାଙ୍କ ବାପା ଏବଂ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ। ଶେଖ ଓ୍ୱସୀମ ବିଜେପି ଜିଲ୍ଲା ଅଧ୍ୟକ୍ଷ ଥିଲେ। ଏକ ନୂଆ ଆତଙ୍କବାଦୀ ସଂଗଠନ ‘ଦି ରେସିଷ୍ଟେନ୍ସ ଫ୍ରଣ୍ଟ’ ଏହି ହତ୍ୟା ପଛରେ ନିଜକୁ ଦାୟୀ ବୋଲି କହିଥିଲା। ତେବେ ଏହି ସଂଗଠନ ଲଶ୍କର-ଏ-ତୋଏବା ଏବଂ ହିଜବଲ ମୁଜାହିଦ୍ଦୀନର ଏକ ଶାଖା ବୋଲି ପୁଲିସ ସ୍ପଷ୍ଟ କରିଥିଲା। ସେହିଭଳି ଜୁନରେ ଜଣେ ସରପଞ୍ଚ ଅଜୟ ଭାରତୀଙ୍କୁ ମଧ୍ୟ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଅଜୟ କଂଗ୍ରେସ ଦଳ ପାଇଁ କାମ କରୁଥିଲେ।
The post ଜମ୍ମୁ-କଶ୍ମୀରରେ ପୁଣି ଜଣେ ବିଜେପି ନେତାଙ୍କ ହତ୍ୟା appeared first on Odisha Reporter.
from Odisha Reporter https://ift.tt/2C32V8h
No comments:
Post a Comment