ଆବଶ୍ୟକ ସାମଗ୍ରୀ : ଭାକୁର ମାଛର ମୁଣ୍ଡ, ଆଳୁ ଫ୍ରାଏ, ନଡ଼ିଆ ଫ୍ରାଏ, ମୁଗ ଡ଼ାଲି ଫ୍ରାଏ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଟା ମସଲା, କଟା ଟମାଟୋ, କଟା ପିଆଜ, ଅଦା ରସୁଣ ବଟା, କଞ୍ଚାଲଙ୍କା, ମିକ୍ସଚର୍, ଗରମ ମସଲା ଗୁଣ୍ଡ, ଧଣିଆ ଗୁଣ୍ଡ, ଚିନି, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ : ଗ୍ୟାସ୍ ଲଗାଇ ତେଲ ଗରମ କରନ୍ତୁ। ମାଛ ମୁଣ୍ଡରେ ଲୁଣ ହଳଦୀ ଗୋଳାଇ ଭାଜି ରଖନ୍ତୁ। ଆଳୁ, ଖଣ୍ଡ ନଡ଼ିଆ ଓ ମୁଗ ଡ଼ାଲିକୁ ଭାଜି ରଖନ୍ତୁ। କଡ଼େଇରେ ତେଲ ଗରମ କରି ଅଳ୍ପ ଚିନି ପକାନ୍ତୁ। ଏହାପରେ ତେଜପତ୍ର, ଡାଲଚିନି, ଗୁଜୁରାତି, ଲବଙ୍ଗ, କଟା ପିଆଜ ଓ ଅଳ୍ପ ଲୁଣ ପକାଇ ଭଲ ଭାବରେ ଭାଜନ୍ତୁ। ପିଆଜ ଭାଜି ହୋଇଯିବା ପରେ ସେଥିରେ କଟା ଟମାଟୋ, କଞ୍ଚାଲଙ୍କା, ଅଦାରସୁଣ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଓ ଅଳ୍ପ ପାଣି ଦେଇ କଷନ୍ତୁ।
ମଲସା କଷି ହୋଇଯିବା ପରେ ଗରମ ମସଲା, ଧନିଆ ଗୁଣ୍ଡ ଓ ଭଜା ମାଛ ମୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହାପରେ ସେଥିରେ ଭଜା ଆଳୁ ଓ ଭଜା ମୁଗ ପକାଇ ଅଳ୍ପ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୧୦ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଭଜା ନଡ଼ିଆ, ମିକ୍ସଚର୍, ଗରମ ମସଲା ପକାଇ ଭଲ ଭାବରେ ଗୋଳାନ୍ତୁ। ଶେଷରେ ଧନିଆ ପତ୍ର ପକାଇ ଗ୍ୟାସ୍କୁ ଓହ୍ଲାଇ ଆଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମାଛ ମୁଣ୍ଡ ଚାଟ୍।
The post ମାଛ ମୁଣ୍ଡ ଚାଟ୍ appeared first on Odisha Reporter.
from Odisha Reporter https://ift.tt/2ErSADK
No comments:
Post a Comment