ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସିପୁର ଗାଁରେ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ରଞ୍ଜନ ବାରିକ। ଅଭିଯୁକ୍ତର ନାଁ ନିରଞ୍ଜନ ବାରିକ। ପୁଲିସ୍ର ପ୍ରାଥମିକ ତଦନ୍ତରୁ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।
ସିପୁର ଗାଁର ଦୁଃଖ ବାରିକଙ୍କ ଦୁଇ ପୁଅ ରଞ୍ଜନ ଓ ନିରଞ୍ଜନ ଏକ ସେଲୁନ କରି ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଦୋକାନରୁ ହେଉଥିବା ଆୟକୁ ନେଇ ଗତକାଲି ସନ୍ଧ୍ୟାରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାତ୍ରଭୋଜନ ପରେ ଘରେ ସମସ୍ତେ ଶୋଇଥିବା ବେଳେ ନିରଞ୍ଜନ ଏକ ଟାଙ୍ଗିଆରେ ରଞ୍ଜନଙ୍କୁ ଆକ୍ରମଣ କରିଥିଲା। ରଞ୍ଜନଙ୍କ କାନ ପାଖରେ ଟାଙ୍ଗିଆ ଚୋଟ ପଡ଼ିଥିଲା ଓ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ପରିବାର ଲୋକ ଏ ବିଷୟରେ ଜାଣିବା ପରେ ଘଟଣାସ୍ଥଳରୁ ନିରଞ୍ଜନ ଫେରାର ହୋଇ ଯାଇଥିଲା। ଖବର ପାଇ ସମଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଏହା ସହିତ ଅଭିଯୁକ୍ତ ନିରଞ୍ଜନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ଅନୁସନ୍ଧାନରୁ ବ୍ୟବସାୟରୁ ଆୟ ଅର୍ଥକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ଏଥିରୁ ହତ୍ୟାକାଣ୍ଡ ଘଟିଥିବା ସମଲ ଥାନାଧୀକାରିଣୀ ସୂଚନା ଦେଇଛନ୍ତି।
The post ଟଙ୍କା ପାଇଁ ଭାଇକୁ ହାଣି ଦେଲେ! appeared first on Odisha Reporter.
from Odisha Reporter https://ift.tt/3j5Lp2V
No comments:
Post a Comment