ଆବଶ୍ୟକ ସାମଗ୍ରୀ : ଇଲିସି ମାଛ, କଟା ଟମାଟୋ, ଗୋଟା ରସୁଣ, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ସୋରିଷ ମସଲା, ଲଙ୍କା ଗୁଣ୍ଡ, ତେଲ, ଲୁଣ ଓ ଲେମ୍ୱୁ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଇଲିସି ମାଛକୁ ଭଲ ଭାବରେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଏହାପରେ ସୋରିଷ, ଜିରା, ରସୁଣ ଓ କଞ୍ଚାଲଙ୍କା ବଟା, କଟା ଟମାଟୋ, ଲେମ୍ୱୁରସ, ଲଙ୍କାଗୁଣ୍ଡ ଓ ଅଳ୍ପ ରିଫାଇନ୍ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଗ୍ୟାସ୍ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ ଏବଂ ଏଥିରେ ମସଲା ଗୋଳା ଇଲିସି ମାଛକୁ ପକାନ୍ତୁ।
ଏହାପରେ ମାଛ ଉପରେ ଲେମ୍ୱୁରସ, ଗୋଟା ରସୁଣ ଓ ଗୋଟା କଞ୍ଚାଲଙ୍କା ରଖି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୮ରୁ ୧୦ ମିନିଟ୍ ପରେ ଘୋଡ଼ଣୀ ବାହାର କରି ମାଛକୁ ଓଲଟାଇ ପୁଣି ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୧୦ରୁ ୧୨ ମିନିଟ୍ ପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କର କଞ୍ଚା ଇଲିସି ଲେମ୍ୱୁ ମସଲା।
The post କଞ୍ଚା ଇଲିସି ଲେମ୍ୱୁ ମସଲା appeared first on Odisha Reporter.
from Odisha Reporter https://ift.tt/30mhSLX
No comments:
Post a Comment