ନୂଆଦିଲ୍ଲୀ: ଆଜି ବାହା ହେବେ ଅଭିନେତା ରାଣା ଦଗ୍ଗୁବାତୀ। ତାଙ୍କ ଭାବି ପତ୍ନୀଙ୍କ ନାଁ ମିହିକା ବଜାଜ୍। ବାହାଘର ପୂର୍ବରୁ ସେମାନଙ୍କ ହଳଦୀ ସେରେମନିର ଭିଡିଓ ଓ ଫଟୋ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ରାଣା ଓ ମିହିକା ବେଶ୍ ଖୁସି ଦେଖାଯାଉଛନ୍ତି। ଭିଡିଓରେ ମିହିକା ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଫୁଲ ଓ କଉଡ଼ିକୁ ଗହଣା ଭାବେ ପିନ୍ଧିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଟ୍ରାଡିସ୍ନାଲ୍ ଲୁକ୍ (ଧଳ ଧୋତି ଓ ଶର୍ଟ)ରେ ବେଶ୍ ହ୍ୟାଣ୍ଡସମ୍ ଲାଗୁଛନ୍ତି। ହଳଦୀ ସେରିମନିର ଫଟୋକୁ ରାଣା ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଫଟୋ କ୍ୟାପସନ୍ରେ ରାଣା ଲେଖିଛନ୍ତି, ‘ଖୁସିରେ ଜୀବନ ଆଗକୁ ଗଡ଼ିଚାଲିଛି। ଧନ୍ୟବାଦ।’
ଆଜି ଦୁହିଁଙ୍କ ବିବାହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିବାହ ସହ ଜଡ଼ିତ କିଛି ଫଟୋ ସୋଶାଲ୍ ମିଡିଆରେ ଆସିବା ମାତ୍ରେ ରାଣା ଦଗ୍ଗୁବାତୀ ପ୍ରଶଂସକମାନେ ସେଗୁଡ଼ିକୁ ଶେଆର କରୁଥିବା ଦେଖିବାକୁ ମିଳିଛି।
ରାଣା ଜଣେ ଲୋକପ୍ରିୟ ଅଭିନେତା ହୋଇଥିବା ବେଳେ ତାଙ୍କ ଧର୍ମପତ୍ନୀ ମିହିକା ଜଣେ ସଫଳ ବ୍ୟବସାୟୀ।
ମିହିକାଙ୍କର ଗୋଟେ କମ୍ପାନୀ ଅଛି ଯାହାର ନାଁ ହେଉଛି, ଡିଉ ଡ୍ରପ୍ ଡିଜାଇନ୍ ଷ୍ଟୁଡିଓ। ମିହିକା ଇଣ୍ଟେରିୟର ଡିଜାଇନ୍ କରିବା ସହ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ମଧ୍ୟ କରନ୍ତି।
ସୂଚନାଯୋଗ୍ୟ, ‘ଲିଡର୍’, ‘ଦମ୍ ମାରୋ ଦମ୍’, ‘ଡିପାର୍ଟମେଣ୍ଟ’, ‘ବେବି’, ‘ୟେ ଜୱାନୀ ହୈ ଦିୱାନୀ’ ଭଳି ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ରାଣା ଦଗ୍ଗୁବାତୀ। ସେହିପରି ଅନେକ ତେଲୁଗୁ ଓ ତାମିଲ ଫିଲ୍ମରେ ବି ସେ ଅଭିନୟ କରିଛନ୍ତି। ତେବେ ଏଯାବତ ‘ବାହୁବଲୀ’ ତାଙ୍କ କ୍ୟାରୟରର ଶ୍ରେଷ୍ଠ ଫିଲ୍ମ ବୋଲି କୁହାଯାଇପାରିବ।
The post ଆଜି ଅଭିନେତା ରାଣା ଦଗ୍ଗୁବାତୀଙ୍କ ବାହାଘର appeared first on Odisha Reporter.
from Odisha Reporter https://ift.tt/3fyj6Io
No comments:
Post a Comment