ଏହି ହିନ୍ଦୀ ଫିଲ୍ମରେ କାମ କରୁଛନ୍ତି ପ୍ରକୃତି, ଶେଆର କଲେ ଫାଷ୍ଟ ଲୁକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 7, 2020

ଏହି ହିନ୍ଦୀ ଫିଲ୍ମରେ କାମ କରୁଛନ୍ତି ପ୍ରକୃତି, ଶେଆର କଲେ ଫାଷ୍ଟ ଲୁକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ମାଣ ହେଉଛି ହିନ୍ଦୀ ଫିଲ୍ମ ‘ପ୍ରଚଣ୍ଡ’। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ପ୍ରକୃତି ମିଶ୍ର। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସୁଶାନ୍ତ ପଣ୍ଡା। ଫିଲ୍ମର ଶୁଟିଂ ଦୀର୍ଘ ଦିନ ଧରି ଚାଲିଥିବା ବେଳେ ନିକଟରେ ପ୍ରକୃତି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହାର ପ୍ରଥମ ପୋଷ୍ଟର ଶେଆର କରିଛନ୍ତି।

ପୋଷ୍ଟର ଶେଆର କରି ପ୍ରକୃତି ଲେଖିଛନ୍ତି, ଏହା ହେଉଛି ମୋ ଆଗାମୀ ହିନ୍ଦୀ ଚଳଚ୍ଚିତ୍ରର ପ୍ରଥମ ଲୁକ୍‌। ଦୀର୍ଘ ଦିନ ଧରି ମୁଁ ଏହି ପ୍ରୋଜେକ୍ଟରେ କାମ କରି ଆସୁଛି। ତାହା ପୁଣି ମୋର ପସନ୍ଦର କଳାକାରଙ୍କ ସହ । ଏହି ଫିଲ୍ମରେ ଅଭିନେତା ମନୋଜ ମିଶ୍ର, ଜୟଜିତ ଦାଶ ଏବଂ ପୀତବାସଙ୍କ ପରି ଦକ୍ଷ ଅଭିନେତା ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ପଣ୍ଡା। ଏହାର ପ୍ରଯୋଜନା କରୁଛନ୍ତି ସତୀଶ‌ କୁମାର ତ୍ରିପାଠୀ। ଏହି ଫିଲ୍ମର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି ଅଛି।

ପ୍ରକୃତିଙ୍କର ଏହି ପୋଷ୍ଟରେ ଓଲିଉଡ୍‌ କଳାକାରମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସବୁବେଳେ ଏମିତି ଭଲ କାମ କରି ଚମକୁଥାନ୍ତୁ ବୋଲି ଅଭିନେତା ବାବୁସାନ୍‌ ମହାନ୍ତି କହିଥିବା ବେଳେ, ଅଭିନେତ୍ରୀ ଶୀତଲ ପାତ୍ର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଅଭିନେତ୍ରୀ ତମନ୍ନା, ଭୂମିକା, ଦେବଯାନୀ ମଧ୍ୟ ପ୍ରକୃତିଙ୍କୁ ଫିଲ୍ମର ଶୁଭେଚ୍ଛା ଜଣାଇଛନ୍ତି। କିଛି ପ୍ରଶଂସକ ଏହି ଫିଲ୍ମଟି ଆମାଜନ୍‌ ନା ନେଟ୍‌ଫ୍ଲିକ୍ସ, କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ବୋଲି ପ୍ରକୃତିଙ୍କୁ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ‘ହରିଭାଇ ହାରେନା’, ‘ସାବତ ମା’, ‘ଶାଶୁଘର ଚାଲିଯିବି’, ‘ସାତ ସୁରେ ବନ୍ଧା ଏ ଜୀବନ’, ‘ପାଗଳ କରିଚି ପାଉଁଜି ତୋର’ ଆଦି ଫିଲ୍ମରେ କାମ କରିଛନ୍ତି ପ୍ରକୃତି।

The post ଏହି ହିନ୍ଦୀ ଫିଲ୍ମରେ କାମ କରୁଛନ୍ତି ପ୍ରକୃତି, ଶେଆର କଲେ ଫାଷ୍ଟ ଲୁକ୍‌ appeared first on Odisha Reporter.



from Odisha Reporter https://ift.tt/30Boxlv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages