ଦଳୀୟ ବିଧାୟକଙ୍କୁ ଏମିତି ପରାମର୍ଶ ଦେଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 30, 2020

ଦଳୀୟ ବିଧାୟକଙ୍କୁ ଏମିତି ପରାମର୍ଶ ଦେଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ରାଜ୍ୟରେ କରୋନା ଓ ବନ୍ୟା ପରିସ୍ଥିତି ବେଳେ ଲୋକଙ୍କ ସହ ରହିବାକୁ ଦଳୀୟ ବିଧାୟକଙ୍କୁ ଆଜି ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଦଳୀୟ ବିଧାୟକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ଅଞ୍ଚଳରେ ଜେଇଇ ଓ ନିଟ୍ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ସହଯୋଗ କରନ୍ତୁ। ସବୁ ପିଲା ଆମ ପରିବାରର। ସେମାନଙ୍କ ସାଥିରେ ରହନ୍ତୁ, ସହଯୋଗ କରନ୍ତୁ।

ନବୀନ ଆହୁରି କହିଛନ୍ତି ଯେ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ ଲୋକଙ୍କ ସାଥିରେ ରୁହନ୍ତୁ।

ଏହାଛଡ଼ା କରୋନା ମୁକାବିଲାରେ ନିୟୋଜିତ ଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ କାମକୁ ପ୍ରଂଶସା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ଭିଡିଓ କନଫରେନ୍ସିଂରେ ବିଜେଡି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ।

The post ଦଳୀୟ ବିଧାୟକଙ୍କୁ ଏମିତି ପରାମର୍ଶ ଦେଲେ ନବୀନ appeared first on Odisha Reporter.



from Odisha Reporter https://ift.tt/3hGXHyz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages