ଶୁଣୁନି ପ୍ରଶାସନ; ପାଇଖାନା ଘର ଏ‍‍ବେ ଫୁଲମଣୀଙ୍କ ଠିକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 14, 2020

ଶୁଣୁନି ପ୍ରଶାସନ; ପାଇଖାନା ଘର ଏ‍‍ବେ ଫୁଲମଣୀଙ୍କ ଠିକଣା

କେନ୍ଦୁଝର(ପ୍ରଣୟ କୁମାର ପାଣି): ଅଧା ବୟସରେ ସ୍ୱାମୀ ଆରପାରିକୁ ଚାଲିଗଲେ। ମୁଣ୍ଡ ଗୁଞ୍ଜିବାକୁ ଥିବା ଝାଟିମାଟି ଘର ବି ବେଶି ଦିନ ରହିଲା ନାହିଁ। ତାହା ବି ମାଟିରେ ମିଶିଗଲା। ନିଜର ବୋଲି ଦୁନିଆରେ କେହି ନାହାନ୍ତି। ଏପରି ସ୍ଥିତିରେ ଫୁଲମଣୀ ନାୟକ ନାମ୍ନୀ ବୃଦ୍ଧାଙ୍କ ଠିକଣା ପାଲଟିଛି ପାଇଖାନା ଘର । ଯେଉଁଠି କଡ଼ ବୁଲାଇବାକୁ ଜାଗା ନାହିଁ, ସେହି ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରଖିବା ସହ ମାସ ମାସ ଧରି ରହି ଆସୁଛନ୍ତି ଫୁଲମଣୀ। ପ୍ରଶାସନ ଦୁଃଖ ଶୁଣୁ ନ ଥିବା ବେଳେ ଭାଗ୍ୟକୁ ଆଦରି ପାଇଖାନା ଘରେ ପଡ଼ି ରହିଛନ୍ତି ଫୁଲମଣୀ।

କୁହାଯାଏ, ଅଭାବୀ ଲୋକଙ୍କ ପାଇଁ ସରକାରୀ ଯୋଜନାର ଅଭାବ ନାହିଁ । କିନ୍ତୁ ଏଠାରେ ଯୋଗ୍ୟ ହିତାଧିକାରୀ ଚୟନରେ ମଧ୍ୟ ତ୍ରୃଟି ସ୍ପଷ୍ଟ ବାରି ହୋଇପଡୁଛି । ଫଳରେ ପରିଣତ ବୟସରେ ଫୁଲମଣୀ ପାଇଖାନାରେ ମୁଣ୍ଡ ଗୁଞ୍ଜୁଥିବା ବେଳେ ଖାଇବା ପାଇଁ ବାର ଦୁଆର ହେଉଛନ୍ତି। ଦେହରେ ବଳ ନ ଥିବାରୁ କିଛି କାମଦାମ କରି ପାରୁ ନାହାନ୍ତି। ରାସନ କାର୍ଡ ଖଣ୍ଡେ ନ ଥିବା ବେଳେ ଦିନକୁ ୨ ଓଳି ଖାଇବା ପାଇଁ ପର ହାତ ଟେକାକୁ ଅନାଇ ରହୁଛନ୍ତି।  ମିଳିଲେ ଖାଉଛନ୍ତି, ନ ମିଳିଲେ ଭାଗ୍ୟକୁ ଆଦରି ଉପାସରେ ରହୁଛନ୍ତି।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଲଇଦାପଦା ପଞ୍ଚାୟତର କାଟା ସାହି ଗାଁରେ । ଘର ଭାଙ୍ଗିବା ପରେ ଫୁଲମଣୀ ସ୍ୱଚ୍ଛଭାରତ ଯୋଜନାରେ ତିଆରି ହୋଇଥିବା ପାଇଖାନାକୁ ହିଁ  ମୁଣ୍ଡ ଗୁଞ୍ଜିବାକୁ ବାଛି ନେଇଛନ୍ତି। ନା ଅଛି ଘର ନା ରାସନ କାର୍ଡ ।

ଫୁଲମଣୀଙ୍କର ନିଜର ବୋଲି କେହି ନ ଥିବା ବେଳେ ସାହିପଡ଼ିଶା ତାଙ୍କ ସୁଖେଦୁଃଖେ ଛିଡ଼ା ହେଉଛନ୍ତି। ଫୁଲମଣୀଙ୍କ ଏପରି ଅବସ୍ଥା ଦେଖି ତାଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ସହ ରାସନ କାର୍ଡ କରାଇ ଦେବାକୁ ସେମାନେ ୱାର୍ଡ ମେମ୍ବରଙ୍କ ସମେତ ସରପଞ୍ଚଙ୍କୁ ନେହୁରା ହୋଇ ଥକି ଗଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏବେ ଫୁଲମଣୀ ମାନସିକ ତଥା ଶାରୀରିକ ଭାବେ ଦୁର୍ବଳ ହୋଇ ପଡ଼ୁଥିବା ବେଳେ  ଆଉ କିଛି ଦିନ ଏପରି ଲାଗି ରହିଲେ ସେ ଚାଲି ପାରିବାକୁ ବି ସକ୍ଷମ ହେବେ ନାହିଁ ବୋଲି ଶଙ୍କା ପ୍ରକଟ କରିଛନ୍ତି ପଡ଼ୋଶୀମାନେ। ତେଣୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ଏ ସମ୍ପର୍କରେ  ପିଡି ଡିଆରଡିଏ  ଉଦ୍ଧବ ଚନ୍ଦ୍ର ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଏଥଇସହ  ଖୁବଶୀଘ୍ର  ଉକ୍ତ ବୃଦ୍ଧାଙ୍କୁ ଥଇଥାନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

The post ଶୁଣୁନି ପ୍ରଶାସନ; ପାଇଖାନା ଘର ଏ‍‍ବେ ଫୁଲମଣୀଙ୍କ ଠିକଣା appeared first on Odisha Reporter.



from Odisha Reporter https://ift.tt/3iGZjbv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages