ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାରେ କରୋନାରେ ଦୁଇ ଜଣଙ୍କ ଜୀବନ ଯାଇଛି। ଜିଲ୍ଲାରେ ଏହା ହେଉଛି କରୋନା ଜନିତ ପ୍ରଥମ ମୃତ୍ୟୁ ଘଟଣା।
ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ୬୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୪୭ ବର୍ଷ ହୋଇଥିଲା। ଦୁହେଁ ପୁରୁଷ ଥିଲେ। ୪୭ ବର୍ଷୀୟ ବ୍ୟକ୍ତି ଜଣଙ୍କ ଡାଇବେଟିସ୍ରେ ମଧ୍ୟ ପୀଡ଼ିତ ଥିଲେ।
କୋରାପୁଟରେ ଆଉ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୪ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬୬୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୩୫ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ରେ ପହଞ୍ଚି ଥିବା ବେଳେ ୩୦,୨୪୨ ଜଣ ସୁସ୍ଥ ହୋଇସାରିଲେଣି। ୧୫,୩୬୪ ଜଣ ଚିକିତ୍ସାଧୀନ ଥିବା ବେଳେ ୨୭୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୪୯ କରୋନା ଆକ୍ରାନ୍ତ ବି ପ୍ରାଣ ହରାଇଛନ୍ତି। ତେବେ ସେମାନଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଇଛି।
The post କୋରାପୁଟରେ କରୋନା ନେଲା ଜୀବନ appeared first on Odisha Reporter.
from Odisha Reporter https://ift.tt/3fIoOaK
No comments:
Post a Comment