ଅଯୋଧ୍ୟାରେ ପ୍ରାୟ ୩ ଘଣ୍ଟା ରହିବେ ମୋଦି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

ଅଯୋଧ୍ୟାରେ ପ୍ରାୟ ୩ ଘଣ୍ଟା ରହିବେ ମୋଦି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ

ଅଯୋଧ୍ୟା: ଆସନ୍ତାକାଲି ରାମ ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାରେ ଭୂମି ପୂଜନ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଯୋଧ୍ୟା ଗସ୍ତ କରିବେ। ଅଯୋଧ୍ୟାରେ ସେ ପ୍ରାୟ ୩ ଘଣ୍ଟା ବିତାଇବା ସହ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ଯୋଗଦେବେ।

ତେବେ ଆସନ୍ତୁ ଜାଣିବା ମୋଦିଙ୍କ ପୂରା ଗସ୍ତ ସୂଚୀର କାର୍ଯ୍ୟକ୍ରମ।

ମୋଦି ଆସନ୍ତାକାଲି ସକାଳ ପ୍ରାୟ ୯.୩୫ରେ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ସ୍ୱତନ୍ତ୍ର ବିମାନ ଯୋଗେ ଯିବେ। ସେଠାରେ ପ୍ରାୟ ୧୦.୩୦ରେ ସେ ପହଞ୍ଚିବେ। ଲକ୍ଷ୍ନୌରୁ ଅଯୋଧ୍ୟା ୧୨୫ କିମି। ଏଥିପାଇଁ ମୋଦି ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର କରିବେ। ୧୦.୪୦ରୁ ଲକ୍ଷ୍ନୌରୁ ବାହାରି ମୋଦି ପ୍ରାୟ ୧୧.୩୦ରେ ଅଯୋଧ୍ୟାରେ ପହଞ୍ଚିବେ। ଅଯୋଧ୍ୟାରେ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ସେ ଅତି ବାହିତ କରିବେ।

ମୋଦି ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଥମେ ହନୁମାନଗ୍ରହି ମନ୍ଦିରରେ ୧୦ ମିନିଟ୍‌ ଧରି ପୂଜାର୍ଚ୍ଚନା କରିବେ। ଏଥିପାଇଁ ଆଜିଠାରୁ ମନ୍ଦିରକୁ ସଜା ଯାଇଛି। ଏହାପରେ ସେ ରାମ ଲଲାଙ୍କ ପାଖରେ ୧୦ ମିନିଟ୍ ପୂଜା କରିବେ। ଶେଷରେ ସେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ।

ମଧ୍ୟାହ୍ଣ ୧୨.୩୦ରେ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୨.୪୦ରେ ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ୫ଟି ରୁପା ସ୍ଲାବ ପ୍ରତିଷ୍ଠା କରି ଏହାର ଶିଳାନ୍ୟାଶ କରିବେ। ଶିଳାନ୍ୟାଶ ପାଇଁ ଶୁଭବେଳା ମାତ୍ର ୩୨ ସେକେଣ୍ଡର ରହିଛି। ତେଣୁ ଏହାରି ମଧ୍ୟରେ ମୋଦି ରୁପା ସ୍ଲାବ ପ୍ରତିଷ୍ଠା କରିବେ।

ଶିଳାନ୍ୟାଶ ପରେ ମୋଦି ରାମ ଜନ୍ମଭୂମି ଟ୍ରଷ୍ଟ ଓ ସ୍ୱାମୀ ର୍ନିତ୍ୟ ଗୋପାଲ ଦାସଙ୍କ ସହ କିଛି ସମୟ ଆଲୋଚନା କରିବେ। ୨.୦୫ରେ ସେ ହେଲିପ୍ୟାଡ ଓ ୨.୨୦ରେ ଲକ୍ଷ୍ନୌ ଅଭିମୁଖେ ଉଡ଼ାଣ ଭରିବେ। ଲକ୍ଷ୍ନୌରେ ପହଞ୍ଚିବା ପରେ ମୋଦି ଦିଲ୍ଲୀ ଯିବେ।

ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ଠାରୁ ୨୧ ଜଣ ପଣ୍ଡିତ ସକାଳ ୯ଟାରୁ ବୈଦିକ ରୀତିନୀତି ପାଠ କରିବା ଆରମ୍ଭ କରିଛନ୍ତି। ଏହାକୁ ରାମଚାର୍ଯ୍ୟ ପୂଜା କୁହାଯାଉଛି। ଆଜି ଅନେକ ପ୍ରକାରର ବୈଦିକ କାର୍ଯ୍ୟକ୍ରମ ହେବ।

ଅଯୋଧ୍ୟାର ୮ ଜଣ, ବାରାଣସୀ ଓ ଦିଲ୍ଲୀର ୫ ଜଣ ଲେଖାଏ, ତାମିଲନାଡୁର କାମିକୋଚିର ୩ ଜଣ ପଣ୍ଡିତ ରାମ ଜନ୍ମ ଭୂମିରେ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ନୀତିକାନ୍ତି ଆରମ୍ଭ କରିଛନ୍ତି। ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପ୍ରାୟ ଲକ୍ଷେ ଦୀପ ଲାଗିବାର କାର୍ଯ୍ୟକ୍ରମ ରହିଛି।

The post ଅଯୋଧ୍ୟାରେ ପ୍ରାୟ ୩ ଘଣ୍ଟା ରହିବେ ମୋଦି, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ appeared first on Odisha Reporter.



from Odisha Reporter https://ift.tt/2XmLh6D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages