ଧାର୍ଯ୍ୟ ତାରିଖରେ ହେବ JEE ମେନ୍ ଓ NEET - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 25, 2020

ଧାର୍ଯ୍ୟ ତାରିଖରେ ହେବ JEE ମେନ୍ ଓ NEET

ନୂଆଦିଲ୍ଲୀ: ଧାର୍ଯ୍ୟ ତାରିଖରେ ଅନୁଷ୍ଠିତ ହେବ JEE ମେନ୍ ଓ NEET। ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)। JEE (ମେନ୍) ସେପ୍ଟେମ୍ବର ୧ରୁ ୬ ତାରିଖ ଓ NEET (ୟୁଜି) ସେପ୍ଟେମ୍ବର ୧୩ ତାରିଖରେ ହେବାକୁ ପୂର୍ବରୁ ଧାର୍ଯ୍ୟ ହୋଇଛି।

ଏନଟିଏର ଏହି ସୂଚନା ପରେ ପିଲାଙ୍କ ମନରେ ପରୀକ୍ଷା ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଜେଇଇ ମେନ୍ ଲାଗି ପରିକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡ ପ୍ରକାଶ ପାଇଥିବା ବେଳେ ନିଟ୍ ପାଇଁ ଖୁବଶୀଘ୍ର ଆଡ୍‌ମିଟ୍ କାର୍ଡ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ସୂଚନା ଦେଇଛି।

ଉଭୟ ପରୀକ୍ଷା ଲାଗି ୯୯ ପ୍ରତିଶତ ଛାତ୍ରଛାତ୍ରୀ ଦେଇଥିବା ପ୍ରଥମ ସେଣ୍ଟରର ପସନ୍ଦ ପୂରଣ କରାଯାଇଥିବା ସୂଚନା ଦେଇଛି ଏନଟିଏ।

ସେହିଭଳି JEE (ମେନ୍)ର ସେଣ୍ଟର ସଂଖ୍ୟା ୫୭୦ରୁ ୬୬୦କୁ ବୃଦ୍ଧି କରାଯାଇଥିବା ବେଳେ NEET (ୟୁଜି) ସେଣ୍ଟର ସଂଖ୍ୟା ୨୫୪୬ରୁ ୩୮୪୩କୁ ବୃଦ୍ଧି କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ଯାତାୟାତ ପାଇଁ ପରୀକ୍ଷାର୍ଥୀଙ୍କ ଲାଗି ସୁବିଧା କରିବାକୁ ରାଜ୍ୟ ସରକାରମାନଙ୍କୁ ଏନ୍‌ଟିଏ ଚିଠି ଲେଖିଥିବା କହିଛି।

JEE (ମେନ୍) ପାଇଁ ୮ ଲକ୍ଷ ୫୮ ହଜାର ଓ NEET (ୟୁଜି) ପାଇଁ ୧୫ ଲକ୍ଷ ୯୭ ହଜାର ପରୀକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି।

The post ଧାର୍ଯ୍ୟ ତାରିଖରେ ହେବ JEE ମେନ୍ ଓ NEET appeared first on Odisha Reporter.



from Odisha Reporter https://ift.tt/3lgZvQZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages