ଖୋର୍ଦ୍ଧା(ବଳରାମ ଲେଙ୍କା) : ପୁଲିସ୍ ସୁରକ୍ଷା ସତ୍ତ୍ୱେ ବୋମା ମାଡ଼ କଲେ, ଆଉ ତା’ ପରେ ଆଖି ପିଛୁଳାକେ ଫେରାର ବି ହୋଇଗଲେ। କେବଳ ଦେଖିବା ଛଡ଼ା ପୁଲିସ୍ ଆଉ କିଛି କରିପାରି ନ ଥିଲା। ପୁଲିସ୍ ଉପସ୍ଥିତିରେ ଏକ ଘର ଉପରକୁ ୪ଟି ବୋମା ମାଡ଼ କରି ଫେରାର ହୋଇଯାଇଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ କାହାକୁ ବି କାବୁ କରି ପାରି ନ ଥିଲେ ପୁଲିସ୍ କର୍ମଚାରୀ। ସିସିଟିଭିରେ ଦୃଶ୍ୟ କଏଦ ହୋଇଥିବା ସତ୍ତ୍ୱେ ପୁଲିସ୍ ହାତ ଖାଲି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟ ଗ୍ରାମର ହୃଦାନନ୍ଦ ସ୍ୱାଇଁଙ୍କ ପରିବାର ଉପରକୁ ପୂର୍ବରୁ ଗତ ୧୧ ଓ ୧୮ ତାରିଖରେ ୨ଟି ବୋମା ମାଡ଼ ହୋଇଥିଲା। ଏହାପରେ ଉକ୍ତ ପରିବାରକୁ ପୁଲିସ୍ ତରଫରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ୪ ପୁଲିସ୍ କର୍ମଚାରୀ ପରିବାରକୁ ରାତିରେ ସୁରକ୍ଷା ଦେଇ ଆସୁଥିଲେ।
ମାତ୍ର ପୁଲିସ୍ ଉପସ୍ଥିତି ସତ୍ତ୍ୱେ ଗତକାଲି ରାତିରେ ପୁଣି ବୋମା ମାଡ଼ ହୋଇଥିଲା। ୪ ଦୁର୍ବୃତ୍ତ ଚାଲି ଚାଲି ଆସି ଉକ୍ତ ଘର ଉପରକୁ ୪ଟି ବୋମା ଫୋପାଡ଼ି ଫେରାର ହୋଇଯାଇଥିଲେ । ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି।
କିନ୍ତୁ ବୋମା ମାଡ଼ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କ ଖେଳି ଯାଇଛି। ସିସିଟିଭିରେ ବୋମା ମାଡ଼ ବେଳର ଦୃଶ୍ୟ କଏଦ। ବୋମା ମାଡ଼ ପରେ ନିଜେ IIC ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ପୂର୍ବରୁ ଏହି ବୋମା ମାଡ଼ ଘଟଣାରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଦୃଦାନନ୍ଦଙ୍କ ପରିବାର ସଦସ୍ୟଙ୍କର ଗ୍ରାମର ଆଉ ଏକ ପରିବାର ସହିତ ଦୀର୍ଘ ଦିନ ହେଲା ଜମିଜମା ବିବାଦ ଲାଗି ରହିଛି। ଫଳରେ ଉକ୍ତ ପରିବାର ଏପରି ବୋମା ମାଡ଼ କରୁଥିବା ସନ୍ଦେହ କରାଯାଉଛି।
The post ପୁଲିସ୍ ସୁରକ୍ଷା ସତ୍ତ୍ୱେ ବୋମା ମାଡ଼ କଲେ, ଫେରାର ହୋଇଗଲେ appeared first on Odisha Reporter.
from Odisha Reporter https://ift.tt/2Ym08if
No comments:
Post a Comment