ବ୍ରହ୍ମପୁର (ଜଗନ୍ନାଥ ସାହୁ): ୪୦ ଫୁଟ୍ ଗଭୀର କୂଅ ଭିତରେ ଖସିପଡ଼ିଥିବା ଜଣେ ବୃଦ୍ଧା ଓ ତାଙ୍କ ପୁଅକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ। ଘଟଣାଟି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କୁମାରବେଗପଲ୍ଲୀ ଗାଁର। ବୃଦ୍ଧା ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଛତ୍ରପୁର ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ପୁଅ ତିରୁପତି ଗୌଡ଼ଙ୍କ ଅବସ୍ଥା ଭଲ ଅଛି।
ଆଜି ସକାଳ ପ୍ରାୟ ଆଠଟା ସମୟରେ ବୃଦ୍ଧା ଜଣଙ୍କ ଅସାବଧାନତା ହେତୁ କୂଅରେ ଖସି ପଡ଼ିଥିଲେ। ତେବେ ବୃଦ୍ଧା ମା’ ଙ୍କୁ ବଞ୍ଚେଇବାକୁ ଯାଇ ତିରୁପତି ମଧ୍ୟ କୂଅ ଭିତରକୁ ଡେଇଁ ପଡ଼ିଥିଲେ।
ଗ୍ରାମବାସୀ ଏନେଇ ଛତ୍ରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ଓ ପୁଅକୁ କୂଅ ଭିତରୁ ଉଦ୍ଧାର କରିଥିଲେ। କୂଅରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମୀଚାରୀଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।
ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
The post ୪୦ ଫୁଟ୍ ଗଭୀର କୂଅ ଭିତରୁ ଉଦ୍ଧାର ହେଲେ ୭୦ ବର୍ଷର ବୃଦ୍ଧା ଓ ତାଙ୍କ ପୁଅ appeared first on Odisha Reporter.
from Odisha Reporter https://ift.tt/3hGM8rh
No comments:
Post a Comment