ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳିରେ ପିକ୍ ଟାଇମ୍ରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏହି ସ୍ଥିତି ଆହୁରି କିଛି ସମୟ ରହିବ। ବନ୍ୟା ମୁକାବିଲା ନେଇ ଜଳ ସଂପଦ ସଚିବଙ୍କ ସମୀକ୍ଷା ବୈଠକ ପରେ ଟ୍ୱିଟ୍ ଯୋଗେ ଜଳ ସଂପଦ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Review meeting by Principal Secretary DoWR on flood scenarios of the State continues in presence of senior officers of the Department. It’s observed that peak flow around 10.0 lakh cusecs at Munduli will continue for sometime. @CMO_Odisha @RaghunandanDas6 @SecyChief @SRC_Odisha pic.twitter.com/U28u0k24cz
— Deptt. of Water Resources (@OdishaWater) August 30, 2020
ସେହିପରି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ପ୍ରଦୀପ ଜେନା କହିଛନ୍ତି ଯେ ମୁଣ୍ଡଳିରେ ଜଳ ପ୍ରବାହ ୧୦ କ୍ୟୁସେକ୍ ରହିବ ଓ ଏହାଠୁ ବଢ଼ିବ ନାହିଁ।
ଏସ୍ଆର୍ସି କହିଛନ୍ତି, ହୀରାକୁଦ ଜଳଭଣ୍ଡାରକୁ ଛତିଶଗଡ଼ରୁ ପାଣି ଆସିବା କମି ଯାଇଛି। କାଲି ସାଢ଼େ ୯ ଲକ୍ଷ କ୍ୟୁସେକ୍ ଆସୁଥିଲା। ଆଜି ୭ ଲକ୍ଷ କ୍ୟୁସେକ୍ ଆସୁଛି। କାଲି ଖଇରମାଳରେ ପ୍ରବାହିତ ୧୦ ଲକ୍ଷ କ୍ୟୁସେକ୍ ଜଳ ଆଜି ମୁଣ୍ଡଳିରେ ଯାଉଛି।
ଆଶା କରୁଛୁ ମୁଣ୍ଡଳିରେ ଜଳ ପ୍ରବାହ ସେହି ୧୦ ଲକ୍ଷ କ୍ୟୁସେକ୍ ରହିବ ଏବଂ ଏହାଠୁ ବଢ଼ିବ ନାହିଁ।
ସେ ଆହୁରି କହିଛନ୍ତି, ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ ଆସନ୍ତାକାଲି ସକାଳ ଯାଏ ବଳବତ୍ତର ରହିବ। କାଲି ସକାଳ ପରେ ମୁଣ୍ଡଳିରେ ଜଳ ପ୍ରବାହ ଧୀରେ ଧୀରେ କମିବାକୁ ଲାଗିବ। ଏହାର ୮ ଘଣ୍ଟା ପରେ କେନ୍ଦ୍ରାପଡ଼ା, ୧୦ ଘଣ୍ଟା ପରେ ପୁରୀରେ ଜଳ ପ୍ରବାହ କମିବ।
ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବା ସମ୍ଭାବନା ରହିଛି। ତେଣୁ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି। ସେହିପରି ପ୍ରଶାସନ ବି ପ୍ରସ୍ତୁତ ଅଛି।
ସେ କହିଛନ୍ତି, ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଲେ ଦୟା ଓ ଭାର୍ଗବୀ ସମସ୍ୟା କରନ୍ତି। ଉଭୟ ନଦୀ ଯୋଗୁଁ କଣାସ, ଡେଲାଙ୍ଗର ବହୁ ଗାଁ ଜଳମଗ୍ନ ହୋଇଛି। ଦୟା ନଦୀରେ ୨ଟି ଓ ରାଜୁଆ ନଦୀରେ ଗୋଟିଏ ଘାଇ ହୋଇଛି। ପାଣି କମିବା କ୍ଷଣି ତୁରନ୍ତ ଘାଇ ମରାମତି ବ୍ୟବସ୍ଥା କରାଯିବ ବୋଲି ଏସ୍ଆର୍ସି କହିଛନ୍ତି।
The post ମୁଣ୍ଡଳିରେ ପ୍ରବାହିତ ହେଉଛି ୧୦ ଲକ୍ଷ କ୍ୟୁସେକ ଜଳ appeared first on Odisha Reporter.
from Odisha Reporter https://ift.tt/2YPQ1mi
No comments:
Post a Comment