ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ରାମିଆଳ ଓ ଡମଶାଳ ଫୁଲିବାରେ ଲାଗିଛି। ଫଳରେ ଭୁବନ ବ୍ଲକର ଜୟପୁର, କାଶିପୁର ,ଓଢଣା ଓ ମାଳପୁରା ଆଦି ଗାଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏହି ସବୁ ଗାଁରେ ଶତାଧିକ ପରିବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।
ଭୁବନ ଦେଇ ଯାଇଥିବା ତାଳଚେର- ଯାଜପୁର ୫୩ ନମ୍ବର ଜାତୀୟ ରାଜପଥର ବିଭିନ୍ନ ଜାଗାରେ ରାସ୍ତା ଧୋଇ ହୋଇଯାଇଛି। ଏଥିସହିତ ବଡ଼ବଡ଼ ଘାଇ ସୃଷ୍ଟି ହୋଇଛି। ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଛି।
ଅନ୍ୟପକ୍ଷରେ ବର୍ଷା ପ୍ରଭାବିତ ଭୁବନ ବ୍ଳକର ଭୂଷଳ ପଞ୍ଚାୟତ ବୁଲି ଦେଖିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ। ତେବେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ମନ୍ତ୍ରୀ କହିଛନ୍ତି,“ ବର୍ଷା ଲାଗି ରହିଥିବାରୁ କିଛି ଅଞ୍ଚଳରେ ନୂଆଁଣିଆ ରାସ୍ତା ବୁଡ଼ିଛି। ମାତ୍ର ରାସ୍ତା ବୁଡ଼ିଥିଲେ ବି ଲୋକଙ୍କ ଆସିବା ପାଇଁ ବିକଳ୍ପ ରାସ୍ତା ରହିଛି। ଲୋକେ ଯେପରି ଅସୁବିଧାରେ ନ ପଡ଼ିବେ ତାହାର ବ୍ୟବସ୍ଥା ହୋଇଛି। ବିଡିଓଙ୍କୁ ଲୋକଙ୍କ ଅସୁବିଧା ବୁଝିବା ପାଇଁ ନିର୍ଦ୍ଦେଶ ଦେଇଛି।”
The post ଲଗାଣ ବର୍ଷା ଯୋଗୁ ଫୁଲୁଛି ବ୍ରାହ୍ମଣୀ appeared first on Odisha Reporter.
from Odisha Reporter https://ift.tt/3h03xdW
No comments:
Post a Comment