୩ ଦିନ ପାଇଁ ଶଟଡାଉନ୍‌ ହେଲା କୁଜଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 16, 2020

୩ ଦିନ ପାଇଁ ଶଟଡାଉନ୍‌ ହେଲା କୁଜଙ୍ଗ

ପାରାଦୀପ(ରମାକାନ୍ତ ନାୟକ):କୁଜଙ୍ଗ ସବ୍-ଜଜ୍ ଏବଂ ଜେଏମଏଫସି କୋର୍ଟରେ ୨ ଜଣ ପଜିଟିଭ ଚିହ୍ନଟ ପରେ କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଞ୍ଚଳ ୩ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଛି।  ଏହି ସମୟରେ କୁଜଙ୍ଗ କୋର୍ଟ ମଧ୍ୟ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । କୋର୍ଟ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଦୋକାନ ବଜାର ଖୋଲିବା ଏବଂ ଜନସାଧାରଣଙ୍କ ସ୍ୱାଭାବିକ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି । କେବଳ ଜରୁରୀକାଳିନ ସେବା ଜାରି ରହିବ।

କୋଭିଡ କଟକଣା ମୁତାବକ ପ୍ରଶାସନ ଠାରୁ ଅନୁମତି ନେଇ ସନ୍ଧ୍ୟା ୫ଟା ମଧ୍ୟରେ ପନିପରିବା, ତେଜରାତି ସାମଗ୍ରୀ, କ୍ଷୀର, ଔଷଧ ଆଦି ହୋମ ଡେଲିଭରି କରି ହେବ । କୋଭିଡ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ଛାଡିଲେ ଅନ୍ୟ ସମସ୍ତ ସରକାରୀ, ବେସରକାରୀ ଅଫିସ୍ ବନ୍ଦ ରହିବ।

ସୂଚନାଯୋଗ୍ୟ, ଜଗତସିଂପୁର  ଜିଲ୍ଲାରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ ସମୁଦାୟ ପଜିଟିଭ ସଂଖ୍ୟା ୧,୦୨୪ ରେ ପହଞ୍ଚିଥିବା ବେଳେ ୮୦୫ ଜଣ ସୁସ୍ଥ ହୋଇ ସାରିଲେଣି। ୨୧୭ ଜଣ ଚିକିତ୍ସାଧୀନ ଥିବା ବେଳେ କରୋନାରେ ଜିଲ୍ଲାର ୨ ଜଣ ଆଖି ବୁଜି ସାରିଲେଣି।

The post ୩ ଦିନ ପାଇଁ ଶଟଡାଉନ୍‌ ହେଲା କୁଜଙ୍ଗ appeared first on Odisha Reporter.



from Odisha Reporter https://ift.tt/3g2516e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages