ଗାଁରେ ପଶିଲା ବନ୍ୟା ପାଣି, ବାହ୍ୟ ଜଗତରୁ ବିଚ୍ଛିନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 28, 2020

ଗାଁରେ ପଶିଲା ବନ୍ୟା ପାଣି, ବାହ୍ୟ ଜଗତରୁ ବିଚ୍ଛିନ୍ନ

ଆଠଗଡ଼/ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ କଟକ ଜିଲ୍ଲା ତିଗିରିଆ ବ୍ଲକର ଚଷାଆଁରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଏଥିସହ ବନ୍ୟା ଘେରରେ ଉତ୍ତରବାଙ୍କୀ ବ୍ଲକର  ୬ଟି ଓ ତିଗିରିଆର ଗୋଟିଏ ପଞ୍ଚାୟତର ଲୋକେ ରହିଛନ୍ତି। ଖୁବଶୀଘ୍ର ଜରୁରୀ ଯାତାୟାତ ପାଇଁ ଚଷାଆଁରା ଗାଁକୁ ପାୱାର ବୋଟ ପଡିବ ଓ ସେହି ଗାଁର ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ତିଗିରିଆ ବିଡିଓ ସୂଚନା ଦେଇଛନ୍ତି। ହେଲେ ଗତକାଲି ରାତିରୁ ଗାଁକୁ ସଂପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ପ୍ରଶାସନ ସେଠାରେ ପହଞ୍ଚି ନଥିବାରୁ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେହିପରି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖଡଗପ୍ରସାଦ, ବିଡୋ, ସୁରଭି, ରଞ୍ଜାସିଙ୍ଗା, ତାଳଡଙ୍ଗା ,ଝରିସାହି, ବଉଳପୁର ଆଦି ଗାଁ ଭିତରେ ବ୍ରାହ୍ମଣୀ ନଦୀ ପାଣି ପଶିଛି। ବ୍ରାହ୍ମଣୀରେ ବନ୍ୟା ପାଣି ଆସିବା ପରେ ନଈକୂଳିଆ ଗାଁ ଗୁଡିକ ଜଳମଗ୍ନ ହୋଇ ରହିଛି। ଏଥିସହ ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶି ଯାଇଛି ।

The post ଗାଁରେ ପଶିଲା ବନ୍ୟା ପାଣି, ବାହ୍ୟ ଜଗତରୁ ବିଚ୍ଛିନ୍ନ appeared first on Odisha Reporter.



from Odisha Reporter https://ift.tt/34HT0ku

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages