ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସିବିଆଇ ହାତକୁ ମାମଲା ଯିବା ପରେ ଜୋରଦାର ଖୋଳତାଡ଼ ଚାଲିଛି। ତେବେ ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ ଲିଙ୍କ୍ ସାମ୍ନାକୁ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ବା ଏନସିବି ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି। ଏହାରି ଭିତରେ ଏନସିବି ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ଜଣାପଡ଼ିଛି।
ଏଠାରେ ଉଲ୍ଲେଖଯୋଗ୍ୟ, ନିକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ କିଛି ହ୍ୱାଟସ୍ ଆପ୍ ଚାଟରୁ ତାଙ୍କ ଡ୍ରଗ୍ସ ଲିଙ୍କ୍ ଥିବା ପ୍ରଘଟ ହୋଇଥିଲା। ଏହା ପରେ ଏନସିବି ମାମଲାର ଖୋଳତାଡ଼ ଆରମ୍ଭ କରିଦେଲା। ଏନସିବିକୁ ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁ ପେଡଲର୍ସଙ୍କଠାରୁ ଡ୍ରଗ୍ସ ଆଣୁଥିଲେ, ସେ ଡାର୍କନେଟ୍ ମାଧ୍ୟମରେ ବିଦେଶରୁ ଡ୍ରଗ୍ସ ଆମଦାନି କରୁଥିଲା ବୋଲି ଜଣାପଡ଼ିଛି।
ଅନ୍ୟପଟେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ କରୁଛି ସିବିଆଇ। ଆଜି ଲଗାତର ତୃତୀୟ ଦିନ ରିୟାଙ୍କୁ ଜେରା କରାଯାଉଛି। ଶୁକ୍ରବାର ପ୍ରାୟ 10 ଘଣ୍ଟା ଏବଂ ଶନିବାର 7 ଘଣ୍ଟା ଧରି ସିବିଆଇ ରିୟାଙ୍କୁ ପଚରାଉଚରା କରିଥିଲା। ମୁମ୍ବାଇ ଡିଆରଡିଓ ସ୍ଥିତ ଗେଷ୍ଟ ହାଉସରେ ସିବିଆଇ ଜେରା ଚାଲିଛି। ସେଠାରେ ହିଁ ସିବିଆଇ ଟିମ୍ ରହୁଛନ୍ତି।
ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ କଣ ଏହି ଡାର୍କନେଟ୍ ? ଅପରାଧ ଜଗତର ସବୁଠାରୁ ବଡ଼ ପ୍ଲାଟଫର୍ମ ହେଉଛି ଡାର୍କନେଟ୍। ଏଠାରେ ଡ୍ରଗ୍ସ, କଣ୍ଟ୍ରାକ୍ଟ କିଲିଂ ସମେତ ଯେକୌଣସି ଅପରାଧୀକ କାଣ୍ଡ କରିବା ଲାଗି ଆବଶ୍ୟକ ଜିନିଷ ମିଳିଥାଏ। ସାରା ଦୁନିଆର ମାତ୍ର 4 ପ୍ରତିଶତ ଲୋକ ଇଣ୍ଟରନେଟ୍ ସ୍ପେସ୍ ବ୍ୟବହାର କରିଥାନ୍ତି। ହେଲେ 94 ପ୍ରତିଶତ ସ୍ପେସ୍ ଡାର୍କନେଟ୍ ବା ଡିପ୍ ଡାର୍କନେଟରେ ବ୍ୟବହାର ହୋଇଥାଏ। ଡାର୍କନେଟ୍ ମାଧ୍ୟମରେ ଆଇଡି ପ୍ରସ୍ତୁତ କରି ଯେକୌଣସି ଅପରାଧ କରିବାକୁ ଟୁଲ୍ସ ଅଣାଯାଇପାରିବ। ଯେହେତୁ ନକଲି ଆଇଡି ଏଠାରେ ବ୍ୟବହୃତ ହୋଇଥାଏ, ଏଣୁ ଅପରାଧୀଙ୍କୁ ଠାବ କରିବା କଷ୍ଟକର ହୋଇଥାଏ।
The post ସାମ୍ନାକୁ ଆସିଲା ରିୟା, ଡ୍ରଗ୍ସ ଆଉ ଡାର୍କନେଟ୍ ଲିଙ୍କ୍ appeared first on Odisha Reporter.
from Odisha Reporter https://ift.tt/3gG7ljy
No comments:
Post a Comment