ଜଗତସିଂହପୁରରେ ବିଭିନ୍ନ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 30, 2020

ଜଗତସିଂହପୁରରେ ବିଭିନ୍ନ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ମହାନଦୀରେ ଜଳପତ୍ତନ ବୃଦ୍ଧି ପରେ ଜଗତସିଂହପୁର ଦେଇ ପ୍ରବାହିତ ଏହାର ଶାଖାନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ଦେଖାଦେଇଛି।

ଦେବୀ ଓ ପାଇକା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଦଳେଇ ଘାଇ ପାଖରେ ଦେବୀ ନଦୀର ବିପଦ ସଙ୍କେତ ୫୭ ଫୁଟ ଥିବାବେଳେ ଏବେ ଜଳସ୍ତର ୫୭.୧୦ ଫୁଟ୍ ରହିଛି।

ସେହିପରି ତାରପୁର ଓ ତାର୍ତ୍ତୋଲଠାରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଅଛି। ତାରପୁରରେ ବିପଦ ସଙ୍କେତ ୯.୮୦ ମିଟର ଥିବାବେଳେ ଜଳପତ୍ତନ ୧୦.୯୭ ମିଟରରେ ରହିଛି। ତିର୍ତ୍ତୋଲରେ ବିପଦ ସଙ୍କେତ ୪.୯୫୦ ମିଟର ଥିବାବେଳେ ଜଳସ୍ତର ୫.୧୭ ମିଟରରେ ପ୍ରବାହିତ ହେଉଛି।

ଶଙ୍ଖେଶ୍ୱରରେ ବିପଦ ସଙ୍କେତ ଉପରେ ପାଇକା ନଦୀ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ସ୍ତର ୨୨.୭୫ ଫୁଟ ଥିବା ବେଳେ ଏବେ ଏଠାରେ ୨୬.୩୦ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି।

The post ଜଗତସିଂହପୁରରେ ବିଭିନ୍ନ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ appeared first on Odisha Reporter.



from Odisha Reporter https://ift.tt/3jkbqf8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages