ପିଏ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କୁ ଦାୟୀ କଲେ ପରିବାର ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 25, 2020

ପିଏ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କୁ ଦାୟୀ କଲେ ପରିବାର ଲୋକେ

ମାଲକାନଗିରି (ଜିତେନ୍ଦ୍ର ବେଉରା): ୮ ମାସ ପରେ ମାଲକାନଗିରି ଜିଲ୍ଲାପାଳଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଛନ୍ତି ତାଙ୍କ ପରିବାର ଲୋକେ। ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି କହିବା ସହ ଏଥିପାଇଁ ସିଧାସଳଖ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି।

ସ୍ୱର୍ଗତ ଦେବନାରାୟଣ ପଣ୍ଡାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଏହି ଘଟଣାକୁ ୮ ମାସ ହୋଇଯାଇଥିଲେ ମଧ୍ୟ ଜିଲ୍ଲାପାଳ ତଦନ୍ତରେ କୌଣସି ପ୍ରକାର ସହଯୋଗ କରୁନାହାନ୍ତି। ଏଯାଏଁ ତାଙ୍କ ଭିସେରା ରିପୋର୍ଟ ଆସି ନଥିବା ବେଳେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଉପରେ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏସବୁ କଥାକୁ ଦେଖି ସେମାନେ ଜିଲ୍ଲାପାଳଙ୍କ ଉପରେ ସନ୍ଦେହ କରୁଛନ୍ତି।

ପରିବାର ଲୋକ ପ୍ରେସମିଟ୍‌ରେ କହିଛନ୍ତି, ‘ଘଟଣା ଦିନ ସକାଳ ୧୧ଟା ବେଳେ ଦେବନାରାୟଣ ଅଫିସରେ କାର୍ଯ୍ୟରତ ଥିବାବେଳେ କିଛି ଘଟଣା ଘଟିଛି ଓ ପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି।

ଏ ସମ୍ପର୍କରେ ଡିଆଇଜିଙ୍କଠାରୁ ଆରମ୍ଭ କରି ସେକ୍ରେଟାରୀ ପର୍ଯ୍ୟନ୍ତ ଜଣାଇବା ପରେ ମଧ୍ୟ କାହାଠାରୁ ସନ୍ତୋଷଜନକ ଉତ୍ତର ମିଳିପାରିଲା ନାହିଁ। ତେଣୁ ଏହାର ତଦନ୍ତ ଉପରିସ୍ତ କର୍ମଚାରୀଙ୍କୁ ଦିଆଯାଉ ଓ ଜିଲ୍ଲାପାଳଙ୍କୁ ତଦନ୍ତ ଘେରକୁ ଅଣାଯାଉ ବୋଲି ପରିବାର ଲୋକେ କହିଛନ୍ତି।’

ପୁଲିସ୍‌ ମଧ୍ୟ ତଦନ୍ତରେ ସହଯୋଗ କରୁନାହିଁ କିମ୍ବା କୋଣସି ଉତ୍ତର ଦେଉନାହିଁ। ଏକ ସମୟରେ ଜିଲ୍ଲାପାଳଙ୍କ ଅଫିସ ଓ ରେସ୍‌ ଅଫିସ CCTVର ଟାଇମରେ ଗଡ଼ବଡ଼ ହେବା ଘଟଣାକୁ ରହସ୍ୟ ଘେରକୁ ଟାଣିଛି। ତେଣୁ ତଦନ୍ତ ଠିକ ଭାବରେ କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ସ୍ୱର୍ଗତ ପଣ୍ଡାଙ୍କ ପରିବାର ଲୋକଙ୍କ ଅଭିଯୋଗ ଉପରେ ପୁଲିସ୍‌ କିମ୍ବା ମାଲକାନଗିରି ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଗତ ବର୍ଷ ଡିସେମ୍ବର ୨୮ ତାରିଖରେ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର କରାଯାଇଥିଲା। ତା’ ପୂର୍ବଦିନ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ଦେବନାରାୟଣ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ସତୀଗୁଡ଼ା ଡ୍ୟାମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

The post ପିଏ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କୁ ଦାୟୀ କଲେ ପରିବାର ଲୋକେ appeared first on Odisha Reporter.



from Odisha Reporter https://ift.tt/3lfJvPg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages