ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ ହୋଇଛି। ଗୋଟିଏ ଦିନରେ ସର୍ବାଧିକ ୪୭ ହଜାର ୮୮୭ ଟେଷ୍ଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।
ସେ କହିଛନ୍ତି ଯେ, ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭ ହଜାର ୮୮୭ କରୋନା ଟେଷ୍ଟ ହୋଇଛି । RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ ସର୍ବାଧିକ କରୋନା ଟେଷ୍ଟ ହୋଇଛି। RTPCRରେ ୭ ହଜାର, ଆଣ୍ଟିଜେନରେ ୪୦,୭୬୧ , ଟ୍ରୁନଟରେ ୧୨୬ ଜଣଙ୍କର କରୋନା ଟେଷ୍ଟ ହୋଇଛି।
ସୂଚନାଯୋଗ୍ୟ,ଦୁଇ ଦିନ ତଳେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦ ହଜାର ୭୧୧ କରୋନା ଟେଷ୍ଟ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଥିଲେ। ଆଗକୁ ଟେଷ୍ଟ ସଂଖ୍ୟା ଆହୁରି ବଢ଼ାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
The post ‘ରାଜ୍ୟରେ ଦିନକରେ ହେଲା ୪୭ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ’ appeared first on Odisha Reporter.
from Odisha Reporter https://ift.tt/2PVCuEQ
No comments:
Post a Comment