ବଦଳିବ କି ଝିଅଙ୍କ ସର୍ବନିମ୍ନ ବିବାହ ବୟସ? ପ୍ରଧାନମନ୍ତ୍ରୀ କ’ଣ କହିଲେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 14, 2020

ବଦଳିବ କି ଝିଅଙ୍କ ସର୍ବନିମ୍ନ ବିବାହ ବୟସ? ପ୍ରଧାନମନ୍ତ୍ରୀ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଝିଅଙ୍କ ସର୍ବନିମ୍ନ ବିବାହ ବୟସ ପରିବର୍ତ୍ତନ ନେଇ ସରକାର ବିଚାର କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି। ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ସେ ଏହି ବିଷୟରେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ଉପରେ ପୁନର୍ବିଚାର କରିବା ପାଇଁ କମିଟି ଗଠନ କରାଯାଇଛି। କମିଟି ତା’ର ରିପୋର୍ଟ ଦାଖଲ କରିବା ପରେ ଆମେ ଉଚିତ୍ ନିଷ୍ପତ୍ତି ନେବୁ।

ଝିଅଙ୍କ ସର୍ବନିମ୍ନ ବିବାହ ବୟସ ପରିବର୍ତ୍ତନ କରିବା ପଛରେ ଉଦ୍ଦେଶ୍ୟ ହେଉଛି ମାତୃ ମୃତ୍ୟୁହାରକୁ କମ୍ କରିବା। ତେବେ ଏହା ବି କୁହାଯାଉଛି ଯେ ସରକାରଙ୍କ ଏଭଳି ପ୍ରୟାସ ପଛରେ ସୁପ୍ରିମ୍‌କୋର୍ଟଙ୍କ ଏକ ରାୟ ରହିଛି, ଯାହା ୨୦୧୭ ମସିହାରେ ଦିଆଯାଇଥିଲା। ସୁପ୍ରିମ୍‌କୋର୍ଟ ତାଙ୍କ ସେହି ରାୟରେ କହିଥିଲେ ଯେ ବୈବାହିକ ବଳାତ୍କାର (Martial Rape)ରୁ ଝିଅମାନଙ୍କୁ ବଞ୍ଚାଇବା ପାଇଁ ‍‍‍ବାଲ୍ୟ ‍ବିବାହକୁ ସଂପୂର୍ଣ୍ଣ ଭାବେ ଅବୈଧ କରାଯିବା ଉଚିତ୍। ଆଉ ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ସଂପର୍କରେ ପୁନଃବିଚାର କରିବାର ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ି ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆଜି ଏ ବିଷୟରେ କହିବା ପୂର୍ବରୁ ଗତ ବଜେଟ୍‌ ଅଧିବେଶନ ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ମହିଳାମାନଙ୍କୁ ମା’ ହେବା ପାଇଁ ସଠିକ୍ ବୟସ ସଂପର୍କରେ ପରାମର୍ଶ ଦେବା ପାଇଁ ଏକ ଟାକ୍ସଫୋର୍ସ ଗଠନ କରାଯିବ।

ସୂଚନାଯୋଗ୍ୟ, କୁହାଯାଉଛି ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ରୁ ବଢ଼ି ୨୧ ବର୍ଷ ହୋଇପାରେ।

The post ବଦଳିବ କି ଝିଅଙ୍କ ସର୍ବନିମ୍ନ ବିବାହ ବୟସ? ପ୍ରଧାନମନ୍ତ୍ରୀ କ’ଣ କହିଲେ ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/2Y35vD7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages