ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଦେଶ ବିଦେଶରେ ଅଛନ୍ତି। ପ୍ରଭୁଙ୍କ ଦର୍ଶନ ଟିକେ ପାଇବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଭକ୍ତ ଛୁଟି ଆସିଥାନ୍ତି। ହେଲେ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଏବେ ସାତ ଦରିଆ ପାରି ଇଂଲଣ୍ଡରେ ମଧ୍ୟ ପୂଜା ପାଇବେ। ପୂର୍ବରୁ ବହୁ ଦେଶ, ବିଦେଶରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହୋଇସାରିଥିବା ବେଳେ ଏବେ ଲଣ୍ଡନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଲଣ୍ଡନରେ ସ୍ଥାନ ଚିହ୍ନଟ ହୋଇଛି । ୨୦୨୪ ସୁଦ୍ଧା ଏହାର ନିର୍ମାଣ ସାରିବାକୁ ଯୋଜନା ରହିଛି ।
ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ସହ ଜଗନ୍ନାଥଙ୍କ ମାହାତ୍ମକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ଏହି ପ୍ରୟାସ। ୟୁକେରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ନିଆଯାଇଛି ଏପରି ପଦକ୍ଷେପ । ଏନେଇ ପ୍ରକଳ୍ପକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉନ୍ମୋଚନ କରାଯାଇଛି। ଯେଉଁଥିରେ ଇଂଲଣ୍ଡରେ ରହୁଥିବା ଓଡ଼ିଶା ସମାଜର ବ୍ୟକ୍ତି ବିଶେଷ, ଭାରତରେ ରହୁଥିବା ରାଜନେତା, କଳା ଓ ସ୍ଥାପତ୍ୟରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।
ଏ ସମ୍ପର୍କରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଏହା ଓଡ଼ିଶାବାସୀଙ୍କ ପାଇଁ ଏକ ଗୌରବର କଥା। ହଜାର ହଜାର ବର୍ଷ ତଳୁ ପୁରୀଠାରୁ ଆରମ୍ଭ କରି, ବାଲି, ଇଣ୍ଡୋନେସିଆଠୁ ଆରମ୍ଭ କରି ବିଶ୍ୱର ବହୁ ଦେଶରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହୋଇସାରିଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଲଣ୍ଡନରେ ନିର୍ମାଣ ହେବା କାର୍ଯ୍ୟ ତ୍ୱରାନ୍ୱିତ ହେଉ। ମନ୍ଦିର ଦିବ୍ୟ ରୂପ ଧାରଣ କରୁ ବୋଲି କହିଛନ୍ତି।
The post ଲଣ୍ଡନରେ ହେବ ଜଗନ୍ନାଥ ମନ୍ଦିର, ପୂଜା ପାଇବେ ବିଶ୍ୱ ନିୟନ୍ତା appeared first on Odisha Reporter.
from Odisha Reporter https://ift.tt/3liEC83
No comments:
Post a Comment