ଖୋଲିଲା ‘ସବ୍ୟସାଚୀ କ୍ୟାଣ୍ଟିନ୍’‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 19, 2020

ଖୋଲିଲା ‘ସବ୍ୟସାଚୀ କ୍ୟାଣ୍ଟିନ୍’‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୀରେ ଗୋଟେ କଥା ଅଛି, ‘ବେହେତେରିନ୍‌ ତୋଫା ଦେନା ହୈ, ତୋ ମଦତ୍‌ କରଦେନା। ଔର ଜିସ୍ କୋ ଭି କରୋ ତୁମ୍‌ ହଦ୍‌ କରଦେନା’। ଏହାର ଅର୍ଥ ହେଉଛି- ଯଦି କାହାକୁ ସୁନ୍ଦର ଉପହାର ଦେବାକୁ ଚାହୁଁଛନ୍ତି, ତା’ହେଲେ ତାଙ୍କୁ ସାହାଯ୍ୟ କରନ୍ତୁ। ଆଉ ଯାହାକୁ ବି ସାହାଯ୍ୟ କରୁଛନ୍ତୁ ତାଙ୍କୁ ଆବଶ୍ୟକତାଠୁ ଅଧିକ ସାହାଯ୍ୟ କରନ୍ତୁ।

ସେମିତି ହଦ୍‌ ପାର୍‌ ସାହାଯ୍ୟ କରୁଛନ୍ତି ଓଲିଉଡ୍‌ ସୁପରଷ୍ଟାର ସବ୍ୟସାଚୀ ମିଶ୍ର। ଲକ୍‌ଡାଉନ୍‌ରେ ଗରିବର ବନ୍ଧୁ ଏବଂ ଅଭାବୀର ବଳ ସାଜିଥିବା ସବ୍ୟକୁ ନେଇ ଏବେ ପୁଣି ଚର୍ଚ୍ଚା ହୋଇଛି।

ଦିନ ଥିଲା ଲକ୍‌ଡାଉନ୍‌ରେ ସବ୍ୟ ରାଜ୍ୟ ବାହାରେ ଫସିରହିଥିବା ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବାରେ ସାହାଯ୍ୟ କରୁଥିଲେ। ତା’ପରେ ରାଜ୍ୟ ଭିତରେ ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ସାହାଯ୍ୟ କଲେ। ତେବେ ଏତିକିରେ ତାଙ୍କ ମହତ କାର୍ଯ୍ୟରେ ପୂର୍ଣ୍ଣଚ୍ଛେଦ ପଡ଼ିନି। ଏବେ ଲକ୍‌ଡାଉନ୍‌ରେ ରୋଜଗାର ହରାଇଥିବା ଗରିବ ପରିବାର ଗୁଡ଼ିକ କେମିତି ଚଳିବେ, ଗରିବ ଛୁଆ କେମିତି ଅନ୍‌ଲାଇନ୍‌ରେ ପାଠ ପଢ଼ିପାରିବେ, ସେଥିପାଇଁ ସବ୍ୟଙ୍କର ଭାରି ଚିନ୍ତା।

ଭୁବନେଶ୍ୱରର ଜିଜିପି କଲୋନୀରେ ରହୁଥିବା ଜଣେ ମହିଳା ଜ୍ୟୋତ୍ସ୍ନା ମହାନ୍ତି ଲକ୍‌ଡାଉନ୍‌ ପାଇଁ ରୋଜଗାର ହରାଇ ଦେଇଥିଲେ। ସବ୍ୟଙ୍କୁ ସେ ଚଳିବା ପାଇଁ କିଛି ଖାଦ୍ୟ ସାମଗ୍ରୀ ମାଗିଥିଲେ। କିନ୍ତୁ ସବ୍ୟ ସେ ପ୍ରତିଦିନ କେମିତି ଖାଦ୍ୟ ସାମଗ୍ରୀ କିଣି ପାରିବେ, ତାର ସୂତ୍ର ବତେଇଥିଲେ ଏବଂ  କିଛି ରୋଷେଇ ଜିନିଷ, ବାସନକୁସନ ଦେଇ ଗୋଟେ କ୍ୟାଣ୍ଟିନ୍‌ ଖୋଲିବାକୁ କହିଥିଲେ। ସବ୍ୟଙ୍କଠାରୁ ସାହାଯ୍ୟ ପାଇ ଜ୍ୟୋତ୍ସ୍ନା ରସୁଲ୍‌ଗଡ ପାଖରେ ଗୋଟେ କ୍ୟାଣ୍ଟିନ୍‌ ଖୋଲିଛନ୍ତି। ଆଉ ସେ ଏହି କ୍ୟାଣ୍ଟିନ୍‌ର ନାଁ ରଖିଛନ୍ତି ‘ସବ୍ୟସାଚୀ କ୍ୟାଣ୍ଟିନ୍‌’‌।

ସବ୍ୟଙ୍କ କହିବା ଅନୁଯାୟୀ, ମୋ ନାଁରେ କ୍ୟାଣ୍ଟିନ୍‌ ଦେଖି ଭାରି ଖୁସି ଲାଗୁଛି। ଜ୍ୟୋତ୍ସ୍ନା ବି କେଉଁ କୋଭିଡ୍‌ ଯୋଦ୍ଧାଠୁ କମ୍‌ ନୁହନ୍ତି। ଯଦି ଆପଣ ମାନଙ୍କ ମଧ୍ୟରୁ କେହି ରସୁଲଗଡ଼ ପାଖରେ ଅଛନ୍ତି ଏବଂ ଖାଦ୍ୟ ମଗାଇବାକୁ ଚାହୁଁଛନ୍ତି, ତା’ହେଲେ ଜ୍ୟୋତ୍ସ୍ନାଙ୍କ ନମ୍ବର 7853034458କୁ କଲ୍‌ କରି ଖାଦ୍ୟ ମଗାଇପାରିବେ।

ସେହିପରି ଗତ କିଛି ଦିନ ତଳେ, କେନ୍ଦ୍ରାପତା ଧମାତ୍‌ ପଞ୍ଚାୟତର ଗୋଟେ ୭ବର୍ଷର ପୁଅ ଭିକ ମାଗି ଚଳୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ଦେଖି ସବ୍ୟ ଏହି ପିଲାର ପରିବାରକୁ ଗୋଟେ ସିଲେଇ ମେସିନ୍‌ ଯୋଗାଇ ଦେଇଥିଲେ। ଏବେ ଏହି ପରିବାର ସିଲେଇ ମେସିନ୍‌ ମାଧ୍ୟମରେ ଦୁଇ ପଇସା ରୋଜଗାର କରି ଚଳୁଛନ୍ତି।

ସବ୍ୟଙ୍କ କହିବା ଅନୁଯାୟୀ, ଜୀବନରେ ଏମିତି ଅନେକ ଉପହାର କିଣିଛି। କିନ୍ତୁ କେବେ ସିଲେଇ ମେସିନ୍‌ କିଣି କାହାକୁ ଉପହାର କରି ନଥିଲି। ଏହି ପରିବାର ଯେତେବେଳେ ମେସିନ୍‌ ଚଲେଇବାର ଫଟୋ ଶେଆର କଲେ ମୁଁ କାନ୍ଦିପକାଇଲି।

 

 

 

 

The post ଖୋଲିଲା ‘ସବ୍ୟସାଚୀ କ୍ୟାଣ୍ଟିନ୍’‌ appeared first on Odisha Reporter.



from Odisha Reporter https://ift.tt/3ghEeDe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages