ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ଏବେ ପୁଲିସ୍ ସୁରକ୍ଷା ଲୋଡ଼ିଛନ୍ତି। ନିଜ ଜୀବନ ସହ ପରିବାର ଲୋକଙ୍କ ଜୀବପ ପ୍ରତି ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ କରି ରିୟା ମୁମ୍ବାଇ ପୁଲିସ୍ର ସୁରକ୍ଷା ମାଗିଛନ୍ତି।
ରିୟା ମୁମ୍ବାଇର ଯେଉଁ ଆପାର୍ଟମେଣ୍ଟରେ ରହୁଛନ୍ତି, ଏହା ପରିସରରେ କିଛି ଲୋକ ରୁଣ୍ଡ ହୋଇ ରିୟାଙ୍କ ବିରୋଧରେ ନାରାବାଜି କରିଥିଲେ। ଏହାର ଭିଡିଓ ଶେୟାର କରି ରିୟା ସୁରକ୍ଷା ମାଗିଛନ୍ତି। ରିୟା ଶେୟାର କରିଥିବା ଭିଡିଓ ଅନୁଯାୟୀ, ତାଙ୍କ ବାପା ଇନ୍ଦରଜୀତ ଚକ୍ରବର୍ତ୍ତୀ ଆପାର୍ଟମେଣ୍ଟରେ ପ୍ରବେଶ କରିବା ବେଳେ କିଛି ଲୋକ ତାଙ୍କୁ ଘେରି ଯାଉଥିବାରୁ ଦୃଶ୍ୟ ରହିଛି। ରିୟା ଲେଖିଛନ୍ତି, ଏହି ଦୃଶ୍ୟ ମୋ ଘର ପାଖରେ ଘଟିଛି। ଏହି ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ମୋ ବାପା ଇନ୍ଦରଜୀତ ଚକ୍ରବର୍ତ୍ତୀ।
ଆମେ ଇଡି, ସିବିଆଇ ଓ ଅନ୍ୟ ତଦନ୍ତକାରୀ ସଂସ୍ଥାର ସହଯୋଗ କରିବା ପାଇଁ ଘରୁ ବାହାରିବା ବେଳେ ଆମକୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏବେ ମୋର ଓ ମୋ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ମୁଁ ସ୍ଥାନୀୟ ପୁଲିସ୍କୁ ଅବଗତ କରାଇବା ସହ ସୁରକ୍ଷା ପାଇଁ ମଧ୍ୟ ଦାବି କରିଛି। ଆମେ ତଦନ୍ତକାରୀ ସଂସ୍ଥାକୁ ସହଯୋଗ ପାଇଁ ଦାବି କରିଥିଲୁ। ହେଲେ ସେମାନେ କିଛି ସହଯୋଗ କରି ନାହାନ୍ତି। ଏଭଳି ସ୍ଥିତିରେ ଆମ ପରିବାର କେମିତି ବଞ୍ଚିବୁ ବୋଲି ରିୟା ପ୍ରଶ୍ନ କରିଛନ୍ତି।
The post ଜୀବନ ପ୍ରତି ବିପଦ ଦର୍ଶାଇ ପୁଲିସ୍ ସୁରକ୍ଷା ମାଗିଲେ ରିୟା, ଜାରି କଲେ ଭିଡିଓ appeared first on Odisha Reporter.
from Odisha Reporter https://ift.tt/3b2g66r
No comments:
Post a Comment