ଆସି ପାରିଲାନି ଆମ୍ବୁଲାନ୍ସ, ପ୍ରସୂତିଙ୍କୁ ୩ କିମି ପାଣି ସୁଅରେ ପାର କଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

ଆସି ପାରିଲାନି ଆମ୍ବୁଲାନ୍ସ, ପ୍ରସୂତିଙ୍କୁ ୩ କିମି ପାଣି ସୁଅରେ ପାର କଲେ ଲୋକେ

ବାଲେଶ୍ୱର(ରଣଜିତ ପାକଳ): ଗାଁ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆସି ପାରିଲାନି ୧୦୮ ଆମ୍ୱୁଲାନ୍ସ। ପ୍ରସୂତିଙ୍କୁ ୩ କିମି ପାଣି ସୁଅରେ ପାର କଲେ ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା  ସଦର ବ୍ଲକ୍‌ ଓଲନ୍ଦା ସାରେଙ୍ଗା ଗାଁରେ।

ଗାଁର ସଙ୍ଗୀତା ମହାଳିକଙ୍କ ଆଜି ସକାଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତେଣୁ ତାଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଲଗାଣ ବର୍ଷା ଯୋଗୁଁ ଗାଁର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ତେଣୁ ଗାଁଠାରୁ ୩  କିମି ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ । ଫଳରେ ପ୍ରସୂତିଙ୍କ ପରିବାର ଓ ଗାଁ ଲୋକେ ତାଙ୍କୁ ପାଣି ସୁଅରେ ବାଡ଼ି ସାହାଯ୍ୟରେ  ୩ କିମି ରାସ୍ତା ପାର କରି ଆମ୍ୱୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ଏହାପରେ ପ୍ରସୂତିଙ୍କୁ ଜିଲ୍ଲା ମେଡିକାଲକୁ ନିଆଯାଇଥିଲା। ଏବେ ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

The post ଆସି ପାରିଲାନି ଆମ୍ବୁଲାନ୍ସ, ପ୍ରସୂତିଙ୍କୁ ୩ କିମି ପାଣି ସୁଅରେ ପାର କଲେ ଲୋକେ appeared first on Odisha Reporter.



from Odisha Reporter https://ift.tt/2EyOfi1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages