ପାଣି ପିଇବାକୁ ଆସି ମରିଗଲା ହାତୀ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

ପାଣି ପିଇବାକୁ ଆସି ମରିଗଲା ହାତୀ ଛୁଆ

ସୁନ୍ଦରଗଡ଼( ବିଜୟ ବରୁଆଁ): ପାଣି ପିଇବାକୁ ଆସି କାଦୁଅରେ ଫସି ଗଲା ହାତୀ ଛୁଆ। ଆଉ ସେଠାରୁ ବାହାରି ନ ପାରି ପାଣିରେ ବୁଡ଼ି ପ୍ରାଣ ହରାଇଲା। ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଦାଘୋରା ସେକ୍ସନର ଖଜୁରବାହାଲ ଗାଁରେ ଘଟିଯାଇଛି।

ଗାଁ  ବନ୍ଧ ନିକଟ ଏକ ଛୋଟ ପୋଖରୀରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର  କରାଯାଇଛି। ପାଣିରେ ବୁଡ଼ିଯିବାରୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।  ନିକଟ ଜଙ୍ଗଲରୁ ଏକ ହାତୀପଲ ପାଣି ପିଇବାକୁ ଆସିଥିବା ବେଳେ ଛୁଆ ହାତୀଟି ଫସି ଯାଇ ଆଖି ବୁଜିଥିବା ଆଲୋଚନା ହେଉଛି। ବନ୍ଧ ପାଖରେ ବହୁ ହାତୀଙ୍କ ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି ।

ଗାଁ ଲୋକେ ହାତୀ ଛୁଆର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସେହି ଅଞ୍ଚଳରେ ଏକ ଚିତା ବାଘର ମୃତ ଦେହ କ୍ଷତାକ୍ତ ଅବସ୍ଥା ରେ ରେଳ ଧାରଣ କଡ଼ରୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ । ଏବଂ ଆଜି ଆଉ ଏକ ହାତୀ ଛୁଆ ର ମୃତ୍ୟୁ ପରେ ବନ୍ୟଜନ୍ତୁଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି ।

The post ପାଣି ପିଇବାକୁ ଆସି ମରିଗଲା ହାତୀ ଛୁଆ appeared first on Odisha Reporter.



from Odisha Reporter https://ift.tt/2YfYcIf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages