ପିକଅପ ଭ୍ୟାନ୍‌ରୁ ମିଳିଲା ୬୦ ଲକ୍ଷ ମୂଲ୍ୟର ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ପିକଅପ ଭ୍ୟାନ୍‌ରୁ ମିଳିଲା ୬୦ ଲକ୍ଷ ମୂଲ୍ୟର ଜିନିଷ

ମୋହନା(ମିହିର ଯତି): ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ପୁଲିସ୍‌ କାନକଟା ଚେକ ଗେଟରେ ଚଢ଼ାଉ କରି ଏକ ପିକଅପ ଭ୍ୟାନରୁ ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫ ଅଭିଯୁକ୍ତମାନେ ହେଲେ, ଅଡ଼ବା ଥାନା ଗୁଣ୍ଡିମା ଗାଁର କରୁଣା ଗମାଙ୍ଗ ଓ ପୁରୀ ଜିଲ୍ଲା ବ୍ରହ୍ମଗିରିର ସର୍ତ ଦେ ଓ ପ୍ରମୋଦ ମଲ୍ଲିକ ।

ସମ୍ପୃକ୍ତ ଅଭିଯୁକ୍ତମାନେ ଆର.ଉଦୟଗିରି ଅଞ୍ଚଳରୁ ଗାଡ଼ିରେ ୫୨ ବସ୍ତାରେ ୧୨ କୁଇଣ୍ଟାଲ ଗଞ୍ଜେଇ ନେଇ ପୁରୀ ଜିଲ୍ଲା ଯାଉଥିଲେ। ପୁଲିସ୍‌ ଚେକ ଗେଟ ନିକଟରେ ଗାଡି ଯାଞ୍ଚ କରି ଏହି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି।

The post ପିକଅପ ଭ୍ୟାନ୍‌ରୁ ମିଳିଲା ୬୦ ଲକ୍ଷ ମୂଲ୍ୟର ଜିନିଷ appeared first on Odisha Reporter.



from Odisha Reporter https://ift.tt/32djhnD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages