ଛତ୍ରପୁର(ଆଲୋକ ଗୌଡ଼): “କରୋନା ଭୟରେ ଗାଁକୁ ପଳାଇ ଆସିଥିଲୁ। ଏଠାରେ ସରକାର ଆମକୁ କାମ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ କାମ ଦେଲେ ନାହିଁ। ଆମେ ଖଟିଲେ ଖାଇବୁ। ଘରେ ବସିଲେ ଆମ ଛୁଆ ପିଲା ଖାଇବେ କ’ଣ? ପରିବାର ପୋଷିବୁ କେମିତି ? ତେଣୁ ଆମେ ଗୁଜରାଟ ଯିବାକୁ ବସ୍ରେ ବସିଥିଲୁ। ହେଲେ ଖବର ପାଇ ପୁଲିସ୍ ପହଞ୍ଚି ଆମକୁ ଘରକୁ ପଠାଇ ଦେଉଛି ।”
କରୋନା ଡରରେ ଗାଁକୁ ଆସି କାମ ନ ପାଇ ପୁଣି ଥରେ ସୁରତ ମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କୁ ପୁଲିସ୍ ଅଟକାଇବାରୁ ଏପରି କ୍ଷୋଭ ପ୍ରକାଶ କରିଛନ୍ତି ସେମାନେ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ଡି ଅଞ୍ଚଳରେ।
ବୁଗୁଡା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ଡି ପୁଲିସ୍ ଗୁଜୁରାଟ ଯାଉଥିବାଏକ ବସ୍କୁ ଅଟକ ରଖିଛି। ବସ୍ର ଡ୍ରାଇଭର, ହେଲପର୍ ଓ ଜଣେ ଶ୍ରମିକ ଦଲାଲ୍ଙ୍କୁ ମଧ୍ୟ ଅଟକ ରଖିଛି। ଗତ ୧୩ ତାରିଖରେ ଏକ ବସ୍ ଗୁଜୁରାଟରୁ ଆସି କଳମ୍ୱ ପଞ୍ଚାୟତରେ ରହିଥିଲା। ଏହାପରେ ଜଣେ ଶ୍ରମିକ ଦଲାଲ୍ ବୁଗୁଡା ଓ ପୋଲସରା ବ୍ଲକରୁ ୨୬ ଜଣ ଶ୍ରମିକଙ୍କୁ ଧରି ଗୁଜୁରାଟ ଅଭିମୁଖେ ଯାଉଥିଲେ । ହେଲେ ଗତକାଲି ଖବର ପାଇ ବାଲିପଦର ପୁଲିସ୍ ବସ୍ଟିକୁ ଅଟକାଇ ଶ୍ରମିକମାନଙ୍କୁ ସେମାନଙ୍କ ଗାଁକୁ ପଠାଇ ଦେଇଛି।
ଅନ୍ୟପକ୍ଷରେ ଶ୍ରମିକ ନେଇ ଯାଉଥିବା ବସ୍ର ପରିମିଟ୍ ନଥିବା ବେଳେ ଟୁରିଷ୍ଟ ପରିମିଟ୍ ଆଣି ଦଲାଲ ଶ୍ରମିକମାନଙ୍କୁ ନେଉଥିବା ଜଣାପଡ଼ିଛି। ତେବେ ସରକାର ନିଜେ କାମ ଦେଉ ନ ଥିବା ବେଳେ ଗୁଜରାଟ ଯିବାକୁ ବାହାରିବାରୁ ଅଧା ବାଟରେ ଅଟକାଉଛନ୍ତି। ଫଳରେ ପାଖରେ ଥିବା ଟଙ୍କା ସରି ଯାଇଥିବା ବେଳେ ଏବେ ପରିବାର କିପରି ପୋଷିବୁ କହି ଅସନ୍ତୋଷ ପ୍ରକଟ କରିଛନ୍ତି ଶ୍ରମିକମାନେ।
The post ପ୍ରବାସୀ ଶ୍ରମିକଙ୍କ କ୍ଷୋଭ; ‘ସରକାର କାମ ଦେଉ ନାହାନ୍ତି, ସୁରତ ଯିବାକୁ ଛାଡ଼ୁ ନାହାନ୍ତି’ appeared first on Odisha Reporter.
from Odisha Reporter https://ift.tt/3auf6HS
No comments:
Post a Comment