ପୁଲିସ୍ ଆଖିରେ ଧୂଳି ଦେଇ ଲାଇନ ଟ୍ରକ୍‌ରେ ନେଉଥିଲେ, କିନ୍ତୁ ଧରାପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 31, 2020

ପୁଲିସ୍ ଆଖିରେ ଧୂଳି ଦେଇ ଲାଇନ ଟ୍ରକ୍‌ରେ ନେଉଥିଲେ, କିନ୍ତୁ ଧରାପଡ଼ିଗଲେ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ନିଶା ବ୍ୟବସାୟୀମାନେ ପୁଲିସ୍ ଆଖିରେ ଧୂଳି ଦେବା ପାଇଁ ସବୁବେଳେ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ମାଲ ପରିବହନ ଗାଡ଼ିରେ ଗଞ୍ଜେଇ ନେଉଛନ୍ତି। ଏପରି ସମାନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ।

ବଲାଙ୍ଗିର ସହର ୱମେନ୍ସ କଲେଜ ଛକ ନିକଟରେ ଏକ ଲାଇନ ଟ୍ରକ୍‌ ଉପରେ ଚଢଉ କରି ଅବକାରୀ ବିଭାଗ ପ୍ରାୟ ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଟ୍ରକ ଡ୍ରାଇଭରଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଝାଡଖଣ୍ଡର ହୋଇଥିବା ବେଳେ ଟ୍ରକ୍‌ଟି ମଧ୍ୟ ଝାଡଖଣ୍ଡର ବୋଲି ଜଣାଯାଇଛି।

ଲାଇନ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ କୌରସି ସୂତ୍ରରୁ ଖବର ପାଇଥିଲା। ବଲାଙ୍ଗିର ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ଛକରେ  ଛକି ରହିଥିଲେ। ୱମେନ୍ସ କଲେଜ ଛକ ଦେଇ ଆଜି ଟ୍ରକ୍‌ଟି ଯିବା ବେଳେ ଅବକାରୀ ବିଭାଗ ଟ୍ରକ୍‌ ଉପରେ ଚଢ଼ଉ କରି   ୫ କୁଇଣ୍ଟାଇ ଗଞ୍ଜେଇ ଜବତ କରିଥିଲା।

The post ପୁଲିସ୍ ଆଖିରେ ଧୂଳି ଦେଇ ଲାଇନ ଟ୍ରକ୍‌ରେ ନେଉଥିଲେ, କିନ୍ତୁ ଧରାପଡ଼ିଗଲେ appeared first on Odisha Reporter.



from Odisha Reporter https://ift.tt/3bdRw2w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages