ଉଛୁଳା ନଦୀରେ ପଶି ମେଡିକାଲ ଗଲେ ୭ ରୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 1, 2020

ଉଛୁଳା ନଦୀରେ ପଶି ମେଡିକାଲ ଗଲେ ୭ ରୋଗୀ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଉଛୁଳା ନଦୀ ଦେଖିଲେ ଛାତିରେ ଛନକା ପଶି ଯାଉଥିବା ବେଳେ ଖଟିଆରେ ବୋହି ୭ ରୋଗୀଙ୍କୁ ନଦୀ ପାର କରାଇଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ମାଠପଡା ପଞ୍ଚାୟତର ବଣୁଆଗୁଡା ଗ୍ରାମବାସୀ। ବଣୁଆଗୁଡା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ନଦୀ ପଡିଥାଏ । ଉକ୍ତ ନଦୀରେ   ପୋଲ ନ ଥିବାରୁ ପ୍ରବଳ ପାଣି ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରି ସ୍ଥିତିରେ ଗାଁକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଖଟିଆରେ ବୋହି ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇଲେ। 

 ସୂଚନା ଯୋଗ୍ୟ, ପ୍ରଥମେ ଗାଁର ଜଣଙ୍କର  ଝାଡାବାନ୍ତି ହୋଇଥିଲା ସେମାନେ ବୈପାରୀଗୁଡା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଏହାପରେ ଗ୍ରାମର  ୭ଜଣ ମଧ୍ୟ ଏଥିରେ ଆକାନ୍ତ ହେଲେ।  ସେମାନଙ୍କ ଅବସ୍ଥା କ୍ରମଶଃ ଖରାପ ହେବାରୁ ଆଶା ଦିଦି ସେମାନଙ୍କୁ ବୈପାରୀଗୁଡା ଡାକ୍ତରଖାନା ନେବା ପାଇଁ 108 ଆମ୍ବୁଲାନ୍ସକୁ ଫୋନ୍‌ କଲେ।  କିନ୍ତୁ ବଣୁଆଗୁଡାକୁ ସଂଯୋଗ କରୁଥିବା ନଦୀରେ ପ୍ରବଳ ପାଣି ଥିବା ବେଳେ ଆମ୍ବୁଲାନ୍ସଟି ନଦୀ ପାର କରି ପାରି ନ ଥିଲା।  ତେଣୁ ଗ୍ରାମବାସୀ ନିଜେ ନିଜ ପରିବାର ଲୋକ ତଥା ସମ୍ପର୍କୀୟଙ୍କୁ ଖଟିଆରେ ବୋହି ନଦୀ ପାର କରାଇଲେ। ଏହାପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରୀଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ଯାଏ ଥିବା ଜଣାଯାଇଛି। 

ଦୀର୍ଘ ଦିନ ହେବ ନଦୀରେ ପୋଲ ନିର୍ମାଣ ନିମନ୍ତେ ଗ୍ରାମବାସୀ ଦାବି କରି ଆସୁଥିବା ବେଳେ ଏହାକୁ ପ୍ରଶାସନ କର୍ଣ୍ଣପାତ କରୁ ନାହିଁ। ଫଳରେ ଗ୍ରାମବାସୀ ବର୍ଷ ଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

The post ଉଛୁଳା ନଦୀରେ ପଶି ମେଡିକାଲ ଗଲେ ୭ ରୋଗୀ appeared first on Odisha Reporter.



from Odisha Reporter https://ift.tt/3jvC4Sj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages