କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତେନ୍ତୁଳି ପଦର ପଞ୍ଚାୟତ ଅନ୍ତର୍ଗତ ପିପଳପଦ ଘାଟିରେ ଗତକାଲି ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭରଙ୍କ ସହ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ସନ୍ଧ୍ୟାରେ ଯୋଡ଼ିଯାମ୍ବ ଓ ନାରଙ୍ଗ ଗାଁର ଲୋକେ ପିଡିଏସ୍ ଚାଉଳ ନେବା ପାଇଁ ଟ୍ରାକ୍ଟରରେ ତେନ୍ତୁଳିପଦର ପଞ୍ଚାୟତକୁ ଯାଇଥିଲେ। ଚାଉଳ ନେଇ ଘରକୁ ଫେରିବା ବେଳେ ପିପଳପଦ ଘାଟିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ଗାଡ଼ିକୁ ଜବତ କରିଥିଲା।
The post ଘାଟିରେ ଓଲଟି ପଡ଼ିଲା ଟ୍ରାକ୍ଟର appeared first on Odisha Reporter.
from Odisha Reporter https://ift.tt/326fsAQ
No comments:
Post a Comment