ପପୁ ଓ ପ୍ରୀତିଙ୍କ ବାହାଘର ପୂର୍ବର କଥା। ବାହାଘର ଠିକ୍ ହୋଇଯିବା ପରେ ଦୁହେଁ ଥରେ ଦେଖା କରିବା ପାଇଁ ଇଚ୍ଛା କଲେ। ବହୁତ କଷ୍ଟରେ ପରିବାର ଲୋକଙ୍କଠାରୁ ଲୁଚି ଦୁହେଁ ଗୋଟିଏ ମନ୍ଦିର ପାଖରେ ଦେଖାହେଲେ।
ମନ୍ଦିର ପାଖରେ ଥିବା ପୋଖରୀ ତୁଠରେ ଦୁହିଁଙ୍କର ଦେଖା ହେଲା। ପ୍ରଥମ ଦେଖାରେ ପପୁ ଲାଜେଇ ଲାଜେଇ ପ୍ରୀତିକୁ ପଚାରିଲା, ଆଚ୍ଛା ପ୍ରୀତି ତୁମକୁ କେଉଁ ଟାଇପ୍ର ପୁଅ ପସନ୍ଦ।
ପପୁର ପ୍ରଶ୍ନ ଶୁଣିବା ପରେ ପ୍ରୀତି କହିଲା, ମୋର ଇମୋସନାଲ୍ ପୁଅ ବହୁତ ପସନ୍ଦ !
ପ୍ରୀତି କଥା ଶୁଣିବା ପରେ ପପୁ କହିଲା, ଏ ପୋଖରୀକୁ ଦେଖୁଛ ପ୍ରୀତି…..
ପ୍ରୀତି କହିଲା ହଁ ଏ ପୋଖରୀରେ ଏମିତି କ’ଣ ଅଛି ଯେ ଦେଖିବି।
ପପୁ ମନଦୁଃଖ କରି କହିଲା, ମୁଁ ଏତେ ଇମୋସନାଲ୍ ଯେ ଏ ପୋଖରୀ ପାଣି ମୋ ଲୁହରେ ହିଁ ଭର୍ତ୍ତି ହୋଇଛି। ତୁମେ ବିଶ୍ୱାସ କର। ମୁଁ ମିଛ କହୁନି !!!
The post ମୋର ଇମୋସନାଲ୍ ପୁଅ ବହୁତ ପସନ୍ଦ ! appeared first on Odisha Reporter.
from Odisha Reporter https://ift.tt/3lnn4HU
No comments:
Post a Comment