ଦେଶରେ ପ୍ରଥମ: ଦିନକରେ ୭୫ ହଜାରରୁ ଅଧିକ ପଜିଟିଭ, ୧୦୨୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

ଦେଶରେ ପ୍ରଥମ: ଦିନକରେ ୭୫ ହଜାରରୁ ଅଧିକ ପଜିଟିଭ, ୧୦୨୩ ମୃତ

ନୂଆଦିଲ୍ଲୀ: ପୁଣିଥରେ ଭାରତରେ ରେକର୍ଡ ଭାଙ୍ଗିଛି ମହାମାରୀ କରୋନା ଭାଇରସ। ପ୍ରଥମଥର ପାଇଁ ଗୋଟିଏ ଦିନରେ ରେକର୍ଡ ୭୫ ହଜାରରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ରେକର୍ଡ ସଂଖ୍ୟଙ୍କ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ପାର୍‌ କରିଯାଇଛି। ସେହିପରି ଦିନକରେ କରୋନା ୧୦୨୩ ଜଣଙ୍କ ମୁଣ୍ଡ ନେବାରୁ ମୋଟ ମୃତକଙ୍କ ସଂଖ୍ୟା ୬୦ ହଜାର ଡେଇଁଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରେକର୍ଡ ୭୫,୭୬୦ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩,୧୦,୨୩୫କୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦,୪୭୨ ଛୁଇଁଛି।

ତେବେ ୨୪ ଘଣ୍ଟାରେ ୫୬,୦୧୩ ଜଣ ଆରୋଗ୍ୟ ଲାଭ କରିବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ନୂଆ ଆରୋଗ୍ୟଙ୍କୁ ମିଶାଇ ଦେଶରେ ଏଯାଏ ୨୫,୨୩,୭୭୨ରେ ପହଞ୍ଚି ଯାଇଛି। ଏହାର ଦେଶରେ ୭,୨୫,୯୯୧ ଆକ୍ଟିଭ କେସ ରହିଛି। ସେହିପରି ଆରୋଗ୍ୟ ହାର ୭୬% ପାର କରିଛି ଓ ମୃତ୍ୟୁହାର ୧.୮୩% ରହିଛି।

ଅନ୍ୟପକ୍ଷରେ ବୁଧବାର ସମଗ୍ର ଦେଶରେ ୯,୨୪,୯୯୮ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ୩ କୋଟି ୮୫ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଗଲାଣି।

The post ଦେଶରେ ପ୍ରଥମ: ଦିନକରେ ୭୫ ହଜାରରୁ ଅଧିକ ପଜିଟିଭ, ୧୦୨୩ ମୃତ appeared first on Odisha Reporter.



from Odisha Reporter https://ift.tt/2EyOedX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages