ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ନୂଆ କଟକଣା ଜାରି କରିଛନ୍ତି ପରିବହନ କମିଶନର। ପୂର୍ବରୁ ଜରିମାନା ଆଦାୟକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏବେ ନିୟମରେ ଖିଲାପ କଲେ ୩ ମାସ ପାଇଁ ବାତିଲ୍ ହୋଇପାରେ DL। ତେଣୁ ଗାଡ଼ି ଚଳାଇବା ବେଳେ ଟ୍ରାଫିକ ନିୟମ ତଥା ସଡ଼କ ସୁରକ୍ଷା ନିୟମରେ ଟିକେ ବି ଖିଲାପକୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି ପରିବହନ କମିଶନର ।
ସୁପ୍ରିମକୋର୍ଟଙ୍କ ସଡ଼କ ନିରାପତ୍ତା ଗାଇଡଲାଇନ ଅନୁସାରେ ଜାରି ହୋଇଛି ଏହି କଟକଣା। ମଦ ବା ଅନ୍ୟାନ୍ୟ ନିଶା ଖାଇ ଗାଡ଼ି ଚଳାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡ଼ି ଚଳାଇଲେ DL ବାତିଲ୍ କରାଯିବ। ରେଡ୍ ଲାଇଟ୍ କଟକଣା ନ ମାନି ଆଗକୁ ବଢ଼ିଲେ ବାତିଲ ହେବ DL । ଓଭରଲୋଡିଂ କିମ୍ବା ମାଲ ଗାଡ଼ିରେ ଯାତ୍ରୀ ନେଲେ ମଧ୍ୟ DL ବାତିଲ୍ କରାଯିବ । ସେହିପରି ମୋବାଇଲ୍ରେ ଗପି ଗାଡ଼ି ଚଳାଇଲେ ମଧ୍ୟ ସମଦଶା ଭୋଗିବାକୁ ପଡ଼ିବ।
The post ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ନୂଆ କଟକଣା, ଏଥର ନିୟମ ଭାଙ୍ଗିଲେ ବାତିଲ୍ ହେବ DL appeared first on Odisha Reporter.
from Odisha Reporter https://ift.tt/2QiSiS1
No comments:
Post a Comment