ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ଚିନ୍ତାରେ ରହୁଥିବା ଲୋକମାନଙ୍କୁ ଟିକେ ଖୁସି କରିବାକୁ ଚାହିଁଛନ୍ତି ଅଭିନେତା ସ୍ୱରାଜ। ଘରେ ରହି ସେ ଲୋକଙ୍କୁ ମନୋରଞ୍ଜନ କରିବାକୁ ଚେଷ୍ଟା କରିଛନ୍ତି।
ସ୍ୱରାଜ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଡ୍ୟାନ୍ସ କରୁଛନ୍ତି। ତେବେ ସେ ଏକା ନୁହଁନ୍ତି, ତାଙ୍କ ସହିତ ତାଙ୍କ ପରିବାର ଲୋକେ ବି ଡ୍ୟାନ୍ସ କରିଛନ୍ତି।
ସ୍ୱରାଜ, ତାଙ୍କ ମାଉସୀ ଓ ଦୁଇ ଭଉଣୀ ‘ଦୁହ୍ଲେରାଜା’ ଫିଲ୍ମର ‘କାହାଁ ରାଜା ଭୋଜ୍, କାହାଁ ଗଙ୍ଗୁ ତେଲି’ ଗୀତରେ ନୃତ୍ୟ କରିଛନ୍ତି। ଘର ଭିତରେ ହିଁ ସେମାନେ ନୃତ୍ୟ କରି ଏହାର ଶୁଟିଂ କରିଛନ୍ତି।
ଏହି ଭିଡିଓ ଶେଆର କରି ସ୍ୱରାଜ ଲେଖିଛନ୍ତି, ‘କାହାଁ ରାଜା ଭୋଜ୍, କାହାଁ ଗଙ୍ଗୁ ତେଲି’ ଗୀତରେ ମୁଁ ଆଉ ମୋ ପରିବାର ନାଚି ଆପଣଙ୍କୁ ମନୋରଞ୍ଜନ କରିବାକୁ ଚେଷ୍ଟା କରିଛୁ। ଏହି ଗୀତରେ କାଦର ଖାନ୍ ସାର୍ଙ୍କ ଚରିତ୍ରରେ ମୋ ମାଉସୀ ଅଭିନୟ କରିଛନ୍ତି। ଏଥିସହ ଭିଡିଓରେ ମୋର ଦୁଇ ଭଉଣୀ ସାମିଲ୍ ହୋଇଛନ୍ତି। ଲକ୍ଡାଉନ୍ ଆଉ ଶଟ୍ଡାଉନ୍ ଭିତରେ ଆପଣମାନଙ୍କୁ ହସେଇବାକୁ ଆମେ ଏହି ପ୍ରୟାସ କରିଛୁ। ଆଶା କରୁଛୁ ଆପଣଙ୍କୁ ଭଲ ଲାଗିବ।
ସ୍ୱରାଜଙ୍କର ଏହି ପୋଷ୍ଟ ଉପରେ ଅଭିନେତ୍ରୀ ତମନ୍ନା ଏବଂ ଭୂମିକା ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓଟି ବେଶ୍ ଭଲ ଲାଗିଲା ବୋଲି ଭୂମିକା ଲେଖିଛନ୍ତି। ସେହିପରି ତମନ୍ନା ଲେଖିଛନ୍ତି ଯେ ପରିବାର ଲୋକ ସବୁବେଳେ ଏମିତି ଖୁସିରେ ରୁହନ୍ତୁ। ତା’ସହିତ ସ୍ୱରାଜଙ୍କ ପରିବାର ଏକ ସୁନ୍ଦର ପରିବାର ବୋଲି ଲେଖିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସ୍ୱରାଜ ତାଙ୍କ ଭଉଣୀ ଗୁଡ଼ିଆଙ୍କ ସହ ନାଚିବାର ଏକ ଭିଡିଓ ଇନ୍ଷ୍ଟାଗ୍ରାମରେ ଶେଆର କରିଥିଲେ।
The post ଦର୍ଶକଙ୍କୁ ଖୁସି କରାଇବାକୁ ସ୍ୱରାଜଙ୍କ ନିଆରା ପ୍ରୟାସ, ସାମିଲ ହେଲେ ପରିବାର ଲୋକେ appeared first on Odisha Reporter.
from Odisha Reporter https://ift.tt/32GAw17
No comments:
Post a Comment