ବଲାଙ୍ଗିର( ଘଟେଶ୍ୱର ମିଶ୍ର ): ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଦୀର୍ଘ ୨୪ ଘଣ୍ଟା କାଳ ଆଣ୍ଟିଜେନ୍ କିଟ୍ ନ ଥିବାରୁ ବହୁ ହଇରାଣ ହେଲେ ଚିକିତ୍ସା ନିମନ୍ତେ ଆସୁଥିବା ଗୁରୁତର ରୋଗୀ। ଗତକାଲି ପୂର୍ବାହ୍ନ ୧୧ଟାରୁ ମେଡିକାଲରେ ଆଣ୍ଟିଜେନ୍ କିଟ୍ ଶେଷ ହୋଇଯାଇଥିଲା। ଫଳରେ ଏହାପରେ ମେଡିକାଲରେ ପହଞ୍ଚିଥିବା ରୋଗୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଲା।
ଏବେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରୁଥିବାରୁ ମେଡିକାଲକୁ ଆସୁଥିବା ରୋଗୀଙ୍କ ଆଣ୍ଟିଜେନ୍ ଟେଷ୍ଟ ହେବା ପରେ ସେମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଉଛି। କିନ୍ତୁ ଗତକାଲିଠୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏହି କିଟ୍ ଶେଷ ହୋଇ ଯାଇଥିଲା। ଫଳରେ ଦୂରଦୂରାନ୍ତରୁ ଚିକିତ୍ସା ନିମନ୍ତେ ଆସିଥିବା ଗୁରୁତର ରୋଗୀଙ୍କର କରୋନା ପରୀକ୍ଷା ହୋଇ ନ ପାରିବାରୁ ଚିକିତ୍ସା ମଧ୍ୟ ଆରମ୍ଭ ହୋଇପାରିଲାନି। ଏପରିକି ଇନ୍ଡୋର ରୋଗୀଙ୍କୁ ଆଇଲୋସେନରେ ରହିବାକୁ ମଧ୍ୟ ପରାମର୍ଶ ଦିଆଗଲା।
ମେଡିକାଲ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ଏପରି ସମସ୍ୟା ଉପୁଜିଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତୀୟ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପ୍ରାୟ ୨୪ ଘଣ୍ଟା ପରେ ଆଜି ଆଣ୍ଟିଜେନ୍ କିଟ୍ ପହଞ୍ଚିଥିବା ଜଣାଯାଇଛି।
ଏ ସମ୍ପର୍କରେ ମେଡିକାଲ ଅଧିକ୍ଷକ ମହେନ୍ଦ୍ର ନାୟକଙ୍କୁ ପଚାରିବାରୁ ଆଣ୍ଟିଜେନ୍ କିଟ୍ ସରିଯିବାରୁ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ସ୍ୱୀକାର କଲେ। ଏଥିନିମନ୍ତେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ସେ ତୁରନ୍ତ ଘଟଣାର ସମାଧାନ କରିଥିବା କହିଛନ୍ତି ଅଧିକ୍ଷକ।
ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲାରେ ୧୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୫ ହେଉଛି ଆକ୍ଟିଭ କେସ୍। ଜିଲ୍ଲାରେ ୧,୩୪୨ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୫ ଜଣ କରୋନାରେ ଆଖି ବୁଜି ସାରିଲେଣି।
The post ସରିଗଲା ଆଣ୍ଟିଜେନ୍ କିଟ୍, ବଢ଼ିଲା ରୋଗୀଙ୍କ ଦୁର୍ଦ୍ଦଶା appeared first on Odisha Reporter.
from Odisha Reporter https://ift.tt/2ES33Zm
No comments:
Post a Comment