ପେଟ ଭୋକ ଆଗରେ ନାହିଁ କରୋନା ଡର, ତାମିଲନାଡ଼ୁ ଯିବା ବେଳେ ଧରାପଡ଼ିଲେ ୨୦ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

ପେଟ ଭୋକ ଆଗରେ ନାହିଁ କରୋନା ଡର, ତାମିଲନାଡ଼ୁ ଯିବା ବେଳେ ଧରାପଡ଼ିଲେ ୨୦ ଯୁବତୀ

ବଣାଇ(ରଣଜିତ ଚୌଧୁରୀ): ଜୀବିକା ପଛେ ଯାଉ, ହେଲେ ଜୀବନ ଥାଉ। ଏହା ଭାବି କରୋନା ମହାମାରୀ କାୟା ବିସ୍ତାର କରିବା ବେଳେ ସୁଦୂର ତାମିଲନାଡ଼ୁରୁ ସୁନ୍ଦରଗଡ଼ ଜିଲ୍ଲା ବଣାଇସ୍ଥିତ ନିଜ ଘରକୁ ପଳାଇ ଆସିଥିଲେ ୨୦ରୁ ଊର୍ଦ୍ଧ୍ୱ ଯୁବତୀ। ହେଲେ ଇତି ମଧ୍ୟରେ ୬ ମାସ ବିତି ଗଲାଣି। ପାଖରେ ଯାହା ଟଙ୍କା ଥିଲା ସବୁ ସରିଗଲାଣି। ଏପଟେ ପୂର୍ବାପେକ୍ଷା ଅଧିକ ଭୟଙ୍କର ଓ ଉଗ୍ର ରୂପ ଧାରଣ କରି ମାଡ଼ି ଚାଲିଛି କରୋନା। ଏପରି ସ୍ଥିତିରେ ବି ପେଟ ଭୋକ ଆଗରେ କରୋନା ଡର ମନରୁ ଦୂରେଇ ଗଲାଣି।  ନିଜ ପେଟ ପୋଷିକା ସହ ଘର ଲୋକଙ୍କ ମୁହଁରେ ଦାନା ଯୋଗାଇବାକୁ ପୁଣି ଥରେ ତାମିଳନାଡ଼ୁ ଯିବାକୁ ଘରୁ ଗୋଡ଼ କାଢ଼ି ଧରା ପଡ଼ିଛନ୍ତି ଏହି ଯୁବତୀମାନେ।

ସରକାର କାମ ଦେବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କାମ ମିଳୁନି। ତେଣୁ ଘରୁ ଗୋଡ଼ କାଢ଼ିବାକୁ ବାଧ୍ୟ ହୋଇଥିବା କହିଛନ୍ତି ଏହି ଯୁବତୀମାନେ।  ଖବର ପାଇ କିଛି ସ୍ଥାନୀୟ ଲୋକେ ସେମାନଙ୍କୁ ପୁଲିସ୍‌ ଜିମା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଜବତ ସହିତ ଯୁବତୀମାନଙ୍କୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି।

ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କ ବୟସ ୧୮ରୁ କମ୍‌ ଥିବା ମଧ୍ୟ ଜଣାଯାଇଛି।  ବିଭିନ୍ନ ଯୋଜନାରେ ପ୍ରବାସୀଙ୍କୁ କାମ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କାମ ଯୋଗାଇ ଦେବାରେ ବିଫଳ ହେଉଛନ୍ତି। ଫଳରେ ଏହି ଯୁବତୀମାନେ ଭିଟାମାଟି ଛାଡ଼ି ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ପାଖରେ ଥିବା ଟଙ୍କା ସରିଯାଇଥିବା ବେଳେ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଥିବା ଏହି ଯୁବତୀମାନେ ପୁଲିସ୍‌ ଆଗରେ କହିଛନ୍ତି ।

ତଦନ୍ତ ଚାଲିଥିବା ପୁଲିସ୍‌ କୁହୁଥିବା ବେଳେ ସମ୍ପୃକ୍ତ ଯୁବତୀମାନଙ୍କ ପରିବାର ଲୋକଙ୍କୁ ଖବର ଦିଆ ଯାଇଛି । ଶ୍ରମ ଅଧିକାରୀ ଆସି ପହଞ୍ଚିବା ପରେ ତଦନ୍ତ ପରେ ଯାହା ପଦକ୍ଷେପ ନିଆଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

The post ପେଟ ଭୋକ ଆଗରେ ନାହିଁ କରୋନା ଡର, ତାମିଲନାଡ଼ୁ ଯିବା ବେଳେ ଧରାପଡ଼ିଲେ ୨୦ ଯୁବତୀ appeared first on Odisha Reporter.



from Odisha Reporter https://ift.tt/3hYT1Ef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages