ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ ୮୩, ୩୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୬,୭୪୭ରେ ପହଞ୍ଚିଯାଇଛି।
ସେହିଭଳି ଗୋଟିଏ ଦିନରେ କରୋନାରେ ଦେଶରେ ୧,୦୯୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮,୪୭୨ରେ ପହଞ୍ଚିଯାଇଛି।
୩୯,୩୬,୭୪୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦,୩୭,୧୫୧ ଜଣ ସୁସ୍ଥ ହୋଇସାରିଛନ୍ତି। ୮, ୩୧, ୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ସାରା ଦେଶରେ ଗୋଟିଏ ଦିନରେ ୮୩, ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏ ଦିନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଏଯାବତ୍ ଏହା ସର୍ବଧିକ।
The post ପୁଣି ଚିହ୍ନଟ ହେଲେ ୮୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/2Z4Qe54
No comments:
Post a Comment