ଖଣ୍ଡନ କଲା ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

ଖଣ୍ଡନ କଲା ସିବିଆଇ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ଗଣମାଧ୍ୟମରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏମିତିକି କିଛି ଘଟଣାରେ ସିବିଆଇ ସୂତ୍ରରୁ ସୂଚନା ମିଳିଥିବା କଥା ଦାବି କରାଯାଉଛି। ତେବେ ସିବିଆଇ ଗତକାଲି ସ୍ପଷ୍ଟ କରି ଦେଇଛି ଯେ ତାଙ୍କ ତରଫରୁ ଏ ମାମଲାରେ ଏଯାବତ୍ ତଦନ୍ତରୁ ମିଳିଥିବା କୌଣସି ତଥ୍ୟକୁ ଗଣମାଧ୍ୟମକୁ ଦିଆଯାଇନାହିଁ। ଏହା ସହିତ ଏନେଇ ଗଣମାଧ୍ୟମରେ ପ୍ରକାଶ ପାଉଥିବା କଥାଗୁଡ଼ିକ କାଳ୍ପନିକ ଓ ସେଗୁଡ଼ିକ ତଥ୍ୟ ଆଧାରିତ ନୁହେଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

ଗତକାଲି ସନ୍ଧ୍ୟାରେ ଏକ ବିଜ୍ଞପ୍ତି ଜାରି କରି ସିବିଆଇ ପକ୍ଷରୁ କୁହାଯାଇଛି ସେମାନେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସଂପୂର୍ଣ୍ଣ ଭାବେ ବ୍ୟବସ୍ଥିତ ଢଙ୍ଗରେ କରୁଛନ୍ତି। କିଛି ଗଣମାଧ୍ୟମରେ ସିବିଆଇ ତଦନ୍ତକୁ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଉଛି, ସେଗୁଡ଼ିକ କାଳ୍ପନିକ ଓ ତଥ୍ୟ ଆଧାରିତ ନୁହେଁ। ସେହିପରି ସିବିଆଇ କୌଣସି ମାମଲାର ତଦନ୍ତ କରୁଥିବା ବେଳେ ତା’ର କୌଣସି ତଥ୍ୟ ପ୍ରକାଶ କରେ ନାହିଁ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ସିବିଆଇ ମୁଖପାତ୍ର ଅବା ଟିମ୍‌ର କୌଣସି ସଦସ୍ୟ ଏହି ତଦନ୍ତର କୌଣସି ରିପୋର୍ଟ ଗଣମାଧ୍ୟମକୁ ଦେଇ ନାହାନ୍ତି।

ସୂଚନାଯୋଗ୍ୟ, ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରଥମେ ମୁମ୍ବାଇ ପୁଲିସ୍ ଘଟଣାର ତଦନ୍ତ କରୁଥିଲା। ମୁମ୍ବାଇ ପୁଲିସ୍ ଏହା ଆତ୍ମହତ୍ୟା ବୋଲି କହିଥିବା ବେଳେ ସୁଶାନ୍ତଙ୍କ ପରିବାର ସହିତ ଆହୁରି ଅନେକ ଲୋକ ଏହା ହତ୍ୟାକାଣ୍ଡ ବୋଲି ଦାବି କରିଥିଲେ। ପରେ ସୁପ୍ରିମ୍‌କୋର୍ଟ ଘଟଣାର ସିବିଆଇ ତଦନ୍ତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

The post ଖଣ୍ଡନ କଲା ସିବିଆଇ appeared first on Odisha Reporter.



from Odisha Reporter https://ift.tt/32VFEhN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages