‘ସ୍ପୁଟନିକ୍-ଭି’ ପାଇଁ ଋଷିଆକୁ ଧନ୍ୟବାଦ ଦେଲା WHO - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

‘ସ୍ପୁଟନିକ୍-ଭି’ ପାଇଁ ଋଷିଆକୁ ଧନ୍ୟବାଦ ଦେଲା WHO

ମୋସ୍କୋ: ଚୀନର ଉହାନରୁ ବ୍ୟାପିଛି ବୋଲି କୁହାଯାଉଥିବା କରୋନା ଟିକା ପାଇଁ ସାରା ବିଶ୍ୱ ପରୀକ୍ଷା କରୁଥିବା ବେଳେ ଋଷିଆ ସମସ୍ତ ଦେଶଠୁ ପାଦେ ଆଗକୁ ଯାଇ କରୋନା ଟିକା ‘ସ୍ପୁଟନିକ୍-ଭି’ ତିଆରି କରିଛି। ବିଭିନ୍ନ କ୍ଲିନିକାଲ ପରୀକ୍ଷା ସଫଳ ହେବା ପରେ ଋଷିଆ ନିଜ ଦେଶର 42 ହଜାର ଲୋକଙ୍କ ଶରୀରରେ ଏହି ଟିକା ଦେବା ଆରମ୍ଭ କରିବା ପରେ ଦେଶର ଅନ୍ୟ ଲୋକଙ୍କୁ ଏହି ଟିକା ଦେବା ଆରମ୍ଭ କରିଛି। ଋଷିଆ ମିଡିଆ ଦ୍ୱାରା ଏହି ଖବର ପ୍ରକାଶ ପାଇଛି।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ୟୁରୋପ ଶାଖା ନିର୍ଦ୍ଦେଶକ ହନ୍ସ କ୍ଲୁଜ ଋଷିଆର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକୋଙ୍କୁ ଭେଟିବା ପରେ କହିଛନ୍ତି ଯେ SARS-CoV-2 ବିରୋଧରେ ଟିକା ପ୍ରସ୍ତୁତ କରିବା ପାଇଁ ଋଷିଆର ପ୍ରୟାସକୁ ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି ବହୁତ ପ୍ରଶଂସା କରିଛି। ଗାମଲେୟା ସାଇଣ୍ଟିଫିକ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ୱାରା ଏହି ସ୍ପୁଟନିକ୍-ଭି ଟିକା ତିଆରି କରିଛି।

ଋଷିଆ କହିଛି ଯେ କରୋନା ଭାଇରସକୁ ଦୂର କରିବା ପାଇଁ ସ୍ପୁଟନିକ୍-ଭି ଟିକା ଅତ୍ୟନ୍ତ ପ୍ରଭାବଶାଳୀ ହେବ। ବର୍ତ୍ତମାନ କରୋନା ଟିକା ଏଠାରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କରୋନା ଟିକା ସ୍ପୁଟନିକ୍-ଭି ର ପ୍ରଥମେ ରାଜଧାନୀ ମୋସ୍କୋର ଲୋକଙ୍କ ପାଇଁ ଉପଲବ୍ଧ ହୋଇଛି।

ଅଗଷ୍ଟରେ ଋଷିଆର ଗମାଲାୟା ବୈଜ୍ଞାନିକ ଗବେଷଣା କରି ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିଛନ୍ତି। ଏହି ଟିକା ପ୍ରଥମେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଝିଅଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ଥିଲେ। ଋଷିଆ ଏବେ ଅନ୍ୟ ଦେଶକୁ ମଧ୍ୟ ଟିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଭାରତ ମଧ୍ୟ ଋଷିଆ ପାଖରୁ ଏହି ଟିକା ପାଇପାରେ। ଭାରତରେ କ୍ଲିନିକାଲ ପରୀକ୍ଷା ସଫଳ ହେବା ପରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ବୋଲି ଜଣାପଡ଼ିଛି। ହାଇଦ୍ରାବାଦର ଔଷଧ କମ୍ପାନୀ ଡକ୍ଟର ରେଡ୍ଡୀ ଋଷିଆର ଏହି ଟିକା ଆଣିବ ବୋଲି ଚୁକ୍ତି ହୋଇଛି।

The post ‘ସ୍ପୁଟନିକ୍-ଭି’ ପାଇଁ ଋଷିଆକୁ ଧନ୍ୟବାଦ ଦେଲା WHO appeared first on Odisha Reporter.



from Odisha Reporter https://ift.tt/3jfyNHf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages